ଆଇଆଇଟି ରୁରକୀରେ ୯୦ ଛାତ୍ରଛାତ୍ରୀ କରୋନା ସଂକ୍ରମିତ

ଡେରାଡୁନ : ପୁଣି କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ଉତ୍ତରାଖଣ୍ଡ ସ୍ଥିତ ଆଇଆଇଟି ରୁରକୀରେ ପ୍ରାୟ ୯୦ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନେ ନିକଟରେ ନିଜ ଘରୁ ଆସି କଲେଜକୁ ଆସିଥିଲେ ବୋଲି କୁହାଯାଉଛି। ଏପ୍ରିଲ ୭ ସୁଦ୍ଧା କଲେଜରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ଏହା ୯୦ରେ ପହଞ୍ଚିଛି। ଛାତ୍ରଛାତ୍ରୀ କରୋନା ପଜିଟିଭ ଜଣାପଡିବା ପରେ ଆଇଆଇଟି ରୁରକୀର ପାଞ୍ଚଟି ହଷ୍ଟେଲକୁ ସିଲ୍‍ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।

 

Comments are closed.