ଆଇଆଇଏମ-ସମ୍ବଲପୁରର ୭ମ ପ୍ରତିଷ୍ଠା ଉତ୍ସବ ପାଳିତ

ଆଇଆଇଏମ-ସମ୍ବଲପୁର ଦେଶ ଗଠନରେ ଉତ୍କର୍ଷତା ଏବଂ ସ୍ୱପ୍ନକୁ ସାର୍ଥକ କରିବ- ମୁଖ୍ୟଅତିଥି

ବୁର୍ଲା: ଭାରତୀୟ ପ୍ରବନ୍ଧନ ସଂସ୍ଥାନ ଆଇଆଇମ ସମ୍ବଲପୁରର ସପ୍ତମ ପ୍ରତିଷ୍ଠା ଦିବସ ସମାରୋହ ଆଜି ଜ୍ୟୋତିବିହାର ଠାରେ ଥିବା ସଂସ୍ଥାନର ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବରେ ଯୋଗଦେଇ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଯେ, ସଂସ୍କୃତି ସମ୍ପର୍ଣ୍ଣ ସମ୍ବଲପୁର ସହର ଦୃତତମ ମହାନଗର ଭାବରେ ଅଭିବୃଦ୍ଧି ହାସଲ କରୁଛି। ଏହି ମାଟିରେ ସ୍ୱାଧୀନତା ବୀର ସୁରେନ୍ଦ୍ର ସାଏ, ସ୍ୱଭାବକବି ଗଙ୍ଗାଧର ମେହେର, କବି ଭୀମଭୋଈ ଉମ୍ନେସିତ ହୋଇଥିଲେ। ଓଡ଼ିଶାରେ ଜାତୀୟ ସ୍ତରରେ ଗୁରୁତ୍ୱ ବହହନ କରୁଥିବା ଆଇଆଇଏମ-ସମ୍ବଲପୁର ଅକାଙ୍ଖିତ ସ୍ୱପ୍ନ ସାର୍ଥକ ହୋଇଛି। ଛାତ୍ରଛାତ୍ରୀ ମାନେ କେବଳ ଦାୟିତ୍ୱ ସମ୍ପର୍ଣ୍ଣ ନାଗରିକ ନ ହୋଇ ଦେଶର ଭବିଷ୍ୟତରେ ନେତୃତ୍ୱ ପାଇଁ ଆଗକୁ ଅଗ୍ରସର ହେବାକୁ ସେ ଆହ୍ୱାନ ଦେଇଥିଲେ। ଆଧୁନିକ ଜ୍ଞାନକୌଶଳ ଓ ପାରମ୍ପରିକ ମୁଳ୍ୟକୁ ସୁନିଶ୍ଚିତ କରି ଭାରତର ପ୍ରକୃତ ଅମ୍ବାସାଡ଼ର ହେବାକୁ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ନୁତନ ଶିକ୍ଷାନିତି ୨୦୨୦ ଯୁବ ପିଢ଼ିଙ୍କ ମଧ୍ୟରେ ଅପଗ୍ରେଡ଼, ଅପସ୍କିଲର ଲକ୍ଷ ରଖାଯାଇଛି। ସମସ୍ତଙ୍କ ପାଖରେ ଗୁଣାତ୍ମକ ମାନର ଶିକ୍ଷା ପହଞ୍ଚାଇବା ପାଇଁ ଏହାର ମୂଳ ଉଦ୍ଦେଶ୍ୟ। ଆତ୍ମନିର୍ଭର ଭାରତ କ୍ଷେତ୍ରରେ ନୁତନ ଶିକ୍ଷାନିତିର ମହତ୍ୱର ଗୁରୁତ୍ୱ ରହିଛି। ଏହାର ସଫଳତା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛୁ ଆଇଆଇଏମ-ସମ୍ବଲପର ଦେଶ ଗଠନରେ ଉତ୍କର୍ଷତା ଓ ସ୍ୱପ୍ନକୁ ସାର୍ଥକ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧ୍ୟକ୍ଷ ଡ ସୁବ୍ରତ ବାଗଚୀ କହିଲେ ଯେ ରାଷ୍ଟ୍ର ଗଠନରେ ଶିକ୍ଷା ହେଉଛି ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ଉପାଦାନ ଆଇଆଇଏମ-ସମ୍ବଲପୁର ଉଦ୍ୟୋମିତା ମନୋଭାବ ସମ୍ପର୍ଣ୍ଣ ଦାୟିତ୍ୱପୁର୍ଣ୍ଣ ନେତୃତ୍ୱ ଗଠନ ଉପରେ ପ୍ରଯତ୍ନ କରୁଛି। ସେହି ସଂସ୍ଥାନ ଶିକ୍ଷା ପ୍ରତିଷ୍ଠାନ ଭାବରେ ବିଶ୍ୱସନିୟତା ହାସଲ କରିଛି। ଅନ୍ୱେଷଣ, ଏକାଗ୍ରତା ଏବଂ ଅନ୍ତର୍ଭୁକ୍ତିକରଣ କ୍ଷେତ୍ରରେ ସଂସ୍ଥାନ ପ୍ରତିଫଳନ କରୁଛି। କୌଣସି ଶିକ୍ଷାନୁଷ୍ଠାନ ପାଇଁ ବ୍ୟକ୍ତିଗତ ଏବଂ ଡ଼ିଜିଟାଲ ଭିତ୍ତିଭୁମିର ଉଦ୍ୟମତା ଆବଶ୍ୟକ ତେବେ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତ ସକାଶେ ପ୍ରସ୍ତୁତ କରିବା ପାଇଁ ବୌଦ୍ଧିକ ଭିତ୍ତିଭୁମିର ଆବଶ୍ୟକତା ରହିଛି। ତେବେ ଏହି ସଂସ୍ଥାନକୁ ଭାବାବେଗାତ୍ମକ ଭାବରେ ଛାତ୍ରଛାତ୍ରୀ ମାନେ ଯୋଡ଼ିହେଲେ ଆହୁରୀ ସଫଳତା ଆଣିପାରିବେ ବୋଲି ଡ଼ ବାଗଚୀ କହିଥିଲେ।

ଏହି ଅବସରରେ ଉଦବୋଧନ ଦେଇ ଆଇଆଇଏମ-ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ ସପ୍ତମ ପ୍ରତିଷ୍ଠା ଉତ୍ସବର ବିଷୟବସ୍ତୁ “ଭାରତୀୟ ସଂସ୍କୃତି” ଯାହାର ବିବିଧତା ଅଛି କିନ୍ତୁ ବହୁତ ଅଭିନବ ଅର୍ନ୍ତଭୁକ୍ତ। ଅନୁଷ୍ଠାନର ମୁଲ୍ୟବୋଧ ଭାରତୀୟ ସଂସ୍କୃତି ସହିତ ସମାନ ଏବଂ ୨୨ଟି ଛାତ୍ରଙ୍କ ସହିତ ୨ଟି ବ୍ୟାଚ ଏକଜିକ୍ୟୁଟିଭ ପିଏଚଡ଼ି ଏବଂ ୫୪ ଜଣ କାର୍ଯ୍ୟନିର୍ବାହି ଏକଜିକ୍ୟୁଟିଭ ଏମବିଏର ପ୍ରଥମ ବ୍ୟାଚ ଏମବିଏ(୨୦୨୦-୨୨)ରେ ବାଳିକା ଏବଂ ଚଳିତ ବର୍ଷ ୪୬ ପ୍ରତିଶତ ଆର୍ନ୍ତଜାତୀୟ ଭାଗ କରିବାରେ ନିର୍ଣ୍ଣାୟକ ବୋଲି ବ୍ୟଖ୍‍ତ କରିଥିଲେ। ବର୍ଷେ ମଧ୍ୟରେ ଏସିଆ ଏବଂ ୟୁରୋପର ଏକ ଅଗ୍ରଣୀ ୬ ବ୍ୟବସାୟ ବିଦ୍ୟାଳୟ ସହିତ ଇଣ୍ଟରସିପ କରିବାରେ ସଫଳ ହୋଇଛି। ଆଇଆଇଏମ-ସମ୍ବଲପୁର ଏମଓୟୁ ସ୍ୱାକ୍ଷର ମାଧ୍ୟମରେ ବିଭିନ୍ନ ପ୍ରତିଷ୍ଠାନ, ଉଦ୍ୟୋଗ ତଥା ବ୍ୟବସାୟିକ ଅନୁଷ୍ଠାନ ସହିତ ସହଭାଗୀ ହେବାରେ ସକ୍ଷମ ହୋଇଥିବା ନିର୍ଦ୍ଦେଶକ ଜୟସ୍ୱାଲ ବ୍ୟକ୍ତ କରିଛନ୍ତି।

ଅଲମ୍ପିକ ବିଜେତା ହକି ଦଳର ସଦସ୍ୟ ଅମିତ ରୋହିଦାସ ଏବଂ ସୁପର ହିଟ ଗୀତ ରଙ୍ଗବତୀ ପାଇଁ ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲଙ୍କୁ ଏହି ଚମତ୍କାର ସଫଳତା ପାଇଁ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା। ପ୍ରଥମ ବର୍ଷରେ ସେମାନଙ୍କର ଏକାଡ଼ମିକ ପ୍ରଦର୍ଶନ ଉପରେ ଆଧାର କରି ଦ୍ୱିତୀୟ ବର୍ଷର ଶ୍ରେଷ୍ଠ ସାତଜଣ ଛାତ୍ରଙ୍କୁ ଏହି ଅନୁଷ୍ଠାନ ୨୦୧୯-୨୦୨୦ ଶିକ୍ଷାବର୍ଷରେ ଆରମ୍ଭ କରାଯାଇଥିଲା। ଅନୁଷ୍ଠାନ ସ୍ଥାନିୟ ସମ୍ପ୍ରଦାୟ, ସଂସ୍କୃତିର ଏକକୀକରଣ ଦିଗରେ କାର୍ଯ୍ୟ କରେ ଏବଂ ସେମାନଙ୍କୁ ନିଆଯାଏ ବୋଲି ବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଫ୍ଲପିକାର୍ଟର ମୁଖ୍ୟ କର୍ପୋରେଟ ବ୍ୟାପାର ଅଧିକାରୀ ରଜନୀଶ କୁମାର ଫ୍ଲିପକାର୍ଟ ସମରଥ ମାଧ୍ୟମରେ ଛୋଟ ବ୍ୟବସାୟକୁ ସମର୍ଥନ କରିବା ଏବଂ ଆଇଆଇଏମ-ସମ୍ବଲପୁର ସହଭାଗିତା ପାଇଁ ଫ୍ଲିପକାର୍ଟଙ୍କ ପଦକ୍ଷେପ ଉପରେ ବର୍ଣ୍ଣନା କରିଥିଲେ। ଏହା ସହିତ କିପରି ଭାବରେ ଏହି ପ୍ରତିଷ୍ଠାନର ମାର୍ଗଦର୍ଶନ କିଭଳି ଭାବରେ ଉକୃଷ୍ଠ ବ୍ୟକ୍ତିତ୍ୱଙ୍କ ଦ୍ୱାରା ହେଉଥିବା ଉପରେ ବକ୍ତବ୍ୟ ରଖିଥିଲେ।

ଅଧ୍ୟାପକ ପ୍ରଫେସର ଦିପ୍ତିରଞ୍ଜନ ମହାପାତ୍ର, ପ୍ରଫେସର ସୁମିତା ସିନ୍ଧି ପ୍ରମୁଖ ଉପସ୍ତିତ ରହିଥିଲେ। ଏହି କାର୍ଯ୍ୟକ୍ରମର ସାନ୍ଧ୍ୟବେଳାରେ ଛାତ୍ର ଭାରତୀୟ ଶାସ୍ତ୍ରୀୟ, ଆଦିବାସୀ ଏବଂ ଲୋକ କଳାକାର ମାନେ ସାଂସ୍କୃତିକ ବିବିଧତା ପ୍ରଦର୍ଶନ କରିଥିଲେ। ଶାସ୍ତ୍ରୀୟ ଓ ଡ଼ିଶା ଠାରୁ ଆରମ୍ଭ କରି ପାମ୍ପରିକ ସମ୍ବଲପୁରୀ ନୃତ୍ୟ ଫର୍ମ ଡ଼ାଲଖାଇ ଏବଂ ଧାପ, ବଙ୍ଗଳା, ଆସାମ ଏବଂ ଓଡ଼ିଶାର ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଏହା ସହିତ ୭ ଜଣ ଛାତ୍ର ପ୍ରଖର ସାହି, ୟଶି ଶର୍ମା, ଅତିବ ମହମାସାସିଫ୍‍ ସେଖ, ଡ଼ୋନିଆ ଏଲିଜାବେଥ ଭର୍କି, ଅମ୍ବୁଜ ପ୍ରିୟଦର୍ଶୀ, ଶ୍ରୀନାଥ ଏସ ଏବଂ ତନଭି ବନଶଲଙ୍କୁ ସ୍କୋଲାରସିପ ପ୍ରଦାନ କରାଯାଇଥିଲା। ଶେଷରେ ପ୍ରଫେସର ମେରଲିନ ନନ୍ଦି ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.