ଖାକିରେ ଦାଗ : ନାବାଳିକା ବଳାତ୍କାର ଓ ଗର୍ଭପାତ ଘଟଣାରେ ଥାନା ଅଧିକାରୀ ନିଲମ୍ବିତ

ରାଉରକେଲା : ବୀରମିତ୍ରପୁର ନାବାଳିକା ବଳାତ୍କାର ଓ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ମାଝି ନିଲମ୍ବିତ ହୋଇଛନ୍ତି। ଆନନ୍ଦ ଚନ୍ଦ୍ର ମାଝିଙ୍କୁ ନିଲମ୍ବିତ କଲେ ପଶ୍ଚିମାଞ୍ଚଳ ଡି.ଆଇ.ଜି କବିତା ଜଲାନ୍ l କାର୍ଯ୍ୟରେ ଅବହେଳା ଓ ବେଆଇନ୍ କାର୍ଯ୍ୟ ଯୋଗୁ ତାଙ୍କୁ ନିଲମ୍ବନ କରାଯାଇଛି l ଗର୍ଭପାତ ଘଟଣାରେ ଜଣେ ଡିଏସ୍ ପି କେଶ୍‌ର ତଦନ୍ତ କରୁଛନ୍ତି l ଘଟଣାରେ ଯେଉଁମାନଙ୍କର ସମ୍ପୃକ୍ତି ଥିବ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ଉଚ୍ଚ କତୃପକ୍ଷ କହିଛନ୍ତି I ଘଟଣାରେ ୬ ଜଣଙ୍କ ନାମରେ ରାଏବୋଗା ଥାନାରେ ମାମଲ ରୁଜୁ ହୋଇଛି l ଗତ କାଲି ବିଜେପି ମହିଳା ମୋର୍ଚ୍ଚା ଡ଼ିଆଇଜିଙ୍କୁ ସାକ୍ଷାତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

Comments are closed.