ଜାମ୍ମୁ ଡ୍ରୋନ ଆକ୍ରମଣରେ ବ୍ୟବହୃତ ଆଇଇଡି ପାକିସ୍ତାନ ଗୋଳା ବାରୁଦ କାରଖାନାରେ ତିଆରି ହୋଇଥିଲା

ଜମ୍ମୁ: ଏଠାରେ ଭାରତୀୟ ବାୟୁସେନା ଘାଟି ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ଘଟଣାରେ ବ୍ୟବହୃତ ଆଇଇଡି ପାକିସ୍ତାନ ଗୋଳାବାରୁଦ କାରଖାନାରେ ତିଆରି କରାଯାଇଥିବା ଜଣାଯାଇଛି । ଏହି ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ସଂସଦୀୟ ତଦନ୍ତକାରୀ ଦଳ କହିଛନ୍ତି ଯେ ସେଠାରେ ହୋଇଥିବା ଦୁଇଟି ଆକ୍ରମଣ ଘଟଣାରେ ପାକିସ୍ତାନ ତିଆରି ଆଇଇଡି ବ୍ୟବହାର କରାଯାଇଥିବା ବିଶ୍ୱାସ ଦୃଢିଭୂତ ହୋଇଛି । ପୂର୍ବରୁ ଜମ୍ମୁ କାଶ୍ମୀର ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ କହିଥିଲେ ଯେ ପାକିସ୍ତାନସ୍ଥିତ ଆତଙ୍କବାଦୀ ଗୋଷ୍ଠୀ ଲସ୍କର ଇ ତଇବା ଏହି ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ସୂଚନାଯୋଗ୍ୟ ଯେ ଜୁନ୍‍ ୨୭ ତାରିଖରେ ଦୁଇଟି ଡ୍ରୋନରୁ ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ଘାଟି ଉପରେ ଆକ୍ରମଣ କରାଯାଇଥିଲା । ଏଥିରେ ଦୁଇଜଣ ସେନା ଯବାନ ଆହତ ହୋଇଥିଲେ ।
ଜଣାଯାଇଛି ଯେ ଉକ୍ତ ବିସ୍ଫୋରଣରେ ଆରଡିଏକ୍ସ ସମେତ କେତେକ ବିସ୍ଫୋରକ ସାମଗ୍ରୀକୁ ମିଳିତ ଭାବେ ବ୍ୟବହାର କରାଯାଇଥିଲା । ଏହି ଘଟଣାର ତଦନ୍ତ ଭାର ଭାରଜର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ନ୍ୟସ୍ତ କରାଯାଇଛି । ସଂସଦୀୟ କମିଟି ତାଭ୍‍କ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି ଯେ ଆକ୍ରମଣରେ ଆରଡିଏକ୍ସ ବ୍ୟବହାର କରାଯାଇଥିଲା ଏବଂ ଉଭୟ ଘଟଣାରେ ପ୍ରାୟ ୧.୫ରୁ ୨ କିଲୋଗ୍ରାମ ବିସ୍ଫୋରକ ରହିଥିଲା । ସଂପ୍ରତି ଘଟଣା ସ୍ଥଳରୁ ନମୁନାକୁ ନେଇ ଅଧିକ ପରୀକ୍ଷା ନିରୀକ୍ଷା କରାଯାଉଛି ।

Comments are closed.