କରୋନା ସଂକ୍ରମଣ ଉପରେ ବିସିଜି ଟିକାର ପ୍ରଭାବ ଅଧ୍ୟୟନ କରିବ ଭାରତୀୟ ଭେଷଜ ଗବେଷଣା ପରିଷଦ

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଆସନ୍ତା ସପ୍ତାହ ସୁଦ୍ଧା କୋଭିଡ-୧୯ ବିରୋଧରେ ବାସିଲସ୍ କାଲମେଟ୍-ଗୁଏରିନ (ବିସିଜି) ଟିକା ପ୍ରଭାବକୁ ଚିହ୍ନଟ କରିବା ପାଇଁ ଏକ ଅଧ୍ୟୟନ କରିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ପୂର୍ବରୁ ଶିଶୁ ଜନ୍ମ ପରେ ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ବିସିଜି ଟିକାର ସଫଳ ପରୀକ୍ଷଣ ଫଳାଫଳ ଆସିଥିବାରୁ ଏହି ଅଧ୍ୟୟନ ପାଇଁ ସ୍ଥିର କରାଯାଇଛି।
ଦେଶରେ କୋଭିଡ-୧୯ ସଙ୍କଟ ବିଷୟରେ ମହାମାରୀ ତଥା ସଂକ୍ରାମକ ରୋଗ ମୁଖ୍ୟ ଡାକ୍ତର ଆର ଗଙ୍ଗା ଖେଡକର କହିଛନ୍ତି ଯେ କୋଭିଡ-୧୯ ଉପରେ ବିସିଜି ଟିକାର ପ୍ରଭାବକୁ ନଜାଣିବା ଯାଏଁ ଏହାର ବ୍ୟବହାର ନେଇ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁପାରିଶ କରାଯିବ ନାହିଁ। ଆସନ୍ତା ସପ୍ତାହ ଠାରୁ, ଆଇସିଏମ୍ଆର୍ ଏହା ଉପରେ ଏକ ଅଧ୍ୟୟନ କରିବାକୁ ଯାଉଛି। ସେ କହିଛନ୍ତି, ଯଦିଓ ବିସିଜି ଟିକାର ପ୍ରଭାବ ୧୫ ବର୍ଷ ପର୍ଯ୍ୟନ୍ତ ରହିଛି, ତେବେ ଏହାର ପୁନଃ ଟୀକାକରଣ ହୁଏତ ଫଳପ୍ରଦ ହୋଇପାରେ।
ଏକ ଉଦାହରଣ ଦେଇ ଗଙ୍ଗା ଖେଡକର କହିଛନ୍ତି: “ଯଦି ଆଜି ମୋର ବୟସ ୭୦ ବର୍ଷ ଏବଂ କୋଭିଡ-୧୯ ପଜିଟିଭ୍ ତେବେ ମୋତେ ବିସିଜି ଟିକା ଦ୍ୱାରା ସୁରକ୍ଷିତ କରାଯାଇପାରିବ ନାହିଁ। ତେଣୁ ବିସିଜିର ବାରମ୍ବାର ଟୀକାକରଣ କାହାକୁ କରୋନାରୁ ରକ୍ଷା କରିବ ତାହାର ପର୍ଯ୍ୟାପ୍ତ ପ୍ରମାଣ ନାହିଁ।