ଟ୍ବେଣ୍ଟି୨୦ ବ୍ୟାଟସମ୍ୟାନ୍‌ ମାନ୍ୟତାର ୩ୟ ସ୍ଥାନରେ ରାହୁଲ

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ତରଫରୁ ସଦ୍ୟପ୍ରକାଶିତ ଟ୍ବେଣ୍ଟି୨୦ ବ୍ୟାଟସମ୍ୟାନ୍‌ ମାନ୍ୟତାର ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ଭାରତୀୟ ବ୍ୟାଟସମ୍ୟାନ୍ କେଏଲ୍‌ ରାହୁଲ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ରାହୁଲ ଅର୍ଦ୍ଧଶତକ ହାସଲ କରିଥିବାରୁ ମାନ୍ୟତାରେ ଗୋଟିଏ ସ୍ଥାନ ଉପରକୁ ଉଠି ୮୧୬ ପଏଣ୍ଟ ହାସଲ କରି ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ୍‌ଙ୍କୁ ପଛରେ ପକାଇ ୩ନଂରେ ପହଞ୍ଚିଛନ୍ତି। ଫିଞ୍ଚ୍‌ ୮୦୮ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି।

ସେହିପରି ଟ୍ବେଣ୍ଟି୨୦ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ୮୫ ରନ୍ ସ୍କୋର କରିଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠି ୬୯୭ ପଏଣ୍ଟ ସହ ମାନ୍ୟତାର ୮ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଇଂଲଣ୍ଡର ଡାୱିଡ୍‌ ମାଲାନ୍‌ ୯୧୫ ପଏଣ୍ଟ ସହ ବ୍ୟାଟସମ୍ୟାନ୍ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଥିବା ବେଳେ ପାକିସ୍ତାନର ବାବର ଆଜମ୍‌ ୮୭୧ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ଲେଗ୍‌ସ୍ପିନର ଆଦାମ୍ ଜାମ୍ପା ଦୁଇଟି ସ୍ଥାନ ଉପରକୁ ଉଠି ୪ନଂରେ ରହିଥିବା ବେଳେ ଇଂଲଣ୍ଡର ଲେଗ୍‌ସ୍ପିନର ଆଦିଲ୍‌ ରସିଦ୍‌ ଗୋଟିଏ ସ୍ଥାନ ଉପରକୁ ଉଠି ୩ନଂରେ ରହିଛନ୍ତି। ଆଫଗାନିସ୍ତାନର ସ୍ପିନର ରସିଦ୍‌ ଖାନ୍‌ ଶୀର୍ଷ ସ୍ଥାନରେ ରହିଥିବା ବେଳେ ସେହି ଦେଶର ଅନ୍ୟତମ ସ୍ପିନର ମୁଜିବ୍‌ ଉର ରେହମାନ୍‌ ଦ୍ବିତୀୟ ସ୍ଥାନରେ ଅଛନ୍ତି।

Comments are closed.