ଆଇସିସି ଟି-୨୦ ମାନ୍ୟତା : କେ.ଏଲ୍ ରାହୁଲ ୩ୟ, କୋହଲି ୭ମ ସ୍ଥାନରେ

କୋହଲି ସମସ୍ତ ଫର୍ମାଟରେ ଶ୍ରେଷ୍ଠ ୧୦ ମାନ୍ୟତାରେ

ଦୁବାଇ :  ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ବୁଧବାର ସର୍ବଶେଷ ଟି-୨୦ ମାନ୍ୟତା ପ୍ରକାଶ କରିଛି । ବ୍ୟାଟିଂ ମାନ୍ୟତାରେ କେ.ଏଲ୍ ରାହୁଲ (୮୧୬ ପଏଣ୍ଟ) ତୃତୀୟ ସ୍ଥାନରେ ରହିଥିବାବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି (୬୯୭ ପଏଣ୍ଟ) ସପ୍ତମ ସ୍ଥାନରେ ଅଛନ୍ତି।

ଇଂଲଣ୍ଡର ଡେଭିଡ ମାଲାନ (୯୧୫ ପଏଣ୍ଟ) ପ୍ରଥମ ସ୍ଥାନରେ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ପାକିସ୍ତାନ ଅଧିନାୟକ ବାବର ଆଜାମ (୮୨୦ ପଏଣ୍ଟ ଥିବାବେଳେ ତୃତୀୟ ସ୍ଥାନରେ ଭାରତୀୟ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଅଛନ୍ତି। ଏଥି ସହିତ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ (୮୦୮ ପଏଣ୍ଟ) ଚତୁର୍ଥ ସ୍ଥାନରେ ଥିବାବେଳେ ଦକ୍ଷିଣ ଆଫ୍ରିକାର ୱାନ୍ ଡେର୍ ଡୁସେନ୍ (୭୪୪ ପଏଣ୍ଟ) ପଞ୍ଚମ ସ୍ଥାନରେ ରହିଛି।

ସୂଚନା ​‌ଯେଗ୍ୟେ ଭାରତୀୟ ଅଧିନାୟକ ବିରାଟ କୋହଲି ସମସ୍ତ ଫର୍ମାଟରେ ଶ୍ରେଷ୍ଠ ୧୦ ମାନ୍ୟତାରେ ଅଛନ୍ତି । ସେ ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଦିନିକିଆ ବ୍ୟାଟିଂ ମାନ୍ୟତାର ଶୀର୍ଷରେ ଅଛନ୍ତି ।

Comments are closed.