୨୦୨୦ ଜୁନ୍ ପରେ ଆଉ ପଦବୀରେ ରହିବି ନାହିଁ : ଆଇସିସି ଚେୟାରମ୍ୟାନ୍ ଶଶାଙ୍କ ମନୋହର

ନୂଆଦିଲ୍ଲୀ : ୨୦୨୦ ଜୁନ୍ ମାସ ପରେ ଆଉ ନିଜ ପଦବୀରେ ରହିବେ ନାହିଁ ବୋଲି କହିଛନ୍ତି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଚେୟାରମ୍ୟାନ୍ ଶଶାଙ୍କ ମନୋହର। ଶଶାଙ୍କ ମନୋହରଙ୍କ କାର୍ୟ୍ୟକାଳ ଆସନ୍ତାବର୍ଷ ମେ’ ମାସରେ ଶେଷ ହୋଇଯିବ। ଏହା ପରେ ସେ ନିଜ କାର୍ୟ୍ୟକାଳକୁ ଆଉ ବଢ଼ାଇବେ ନାହିଁ ବୋଲି କହିଛନ୍ତି। ମନୋହର କହିଛନ୍ତି, ମୁଁ ପାଞ୍ଚବର୍ଷ ଧରି ଚେୟାରମ୍ୟାନ୍ ପଦବୀରେ ରହିଲି। କିନ୍ତୁ ଆଉ ପଦବୀରେ ରହିବା ପାଇଁ ମୋର ଇଚ୍ଛା ନାହିଁ।
ସୂଚନାଯୋଗ୍ୟ, ମନୋହର ୨୦୧୬ରେ ଆଇସିସିର ପ୍ରଥମ ସ୍ୱାଧୀନ ଚେୟାରମ୍ୟାନ୍ ହୋଇଥିଲେ। ୨୦୧୮ରେ ସେ ପୁନର୍ବାର ନିର୍ବାଚିତ ହୋଇଥିଲେ।

Comments are closed.