ଆଇଏଏସ ସ୍ତରରେ ଅଦଳବଦଳ ; ଅଶୋକ ମିନା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ

ଭୁବନେଶ୍ୱର : ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଆଇଏଏସ ଅଶୋକ ମିନାଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେ ଅର୍ଥ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ପର୍ଯ୍ୟଟନ ଓ କ୍ରୀଡା ବିଭାଗ ପ୍ରମୁଖ ସଚିବ ବିଶାଳ ଦେବଙ୍କୁ ଅର୍ଥ ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି,ପଞ୍ଚାୟତିରାଜ ବିଭାଗ ପ୍ରମୁଖ ସଚିବ ଡି.କେ ସିଂହଙ୍କୁ ଷ୍ଟିଲ ଏବଂ ଖଣିଜ ସମ୍ପଦ ବିଭାଗ ପ୍ରମୁଖ ସଚିବ, ଷ୍ଟିଲ ଏବଂ ଖଣିଜ ସମ୍ପଦ ବିଭାଗ ପ୍ରମୁଖ ସଚିବ ଥିବା ସୁରେନ୍ଦ୍ର କୁମାରଙ୍କୁ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି । ଏହାସହ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ସୁରେନ୍ଦ୍ର କୁମାର ତୁଲାଇବେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନେଲ୍‌ କ୍ରିଷ୍ଣାଙ୍କୁ କ୍ରୀଡା ଓ ଯୁବ ବ୍ୟପାର ବିଭାଗ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି ।

 

Comments are closed.