ଦ୍ବନ୍ଦ୍ବରେ ପରୀକ୍ଷାର୍ଥୀ – ଗୋଟିଏ ଦିନରେ ଆଇଏଏସ ମୌଖିକ ଓ ଓଏଏସ ପରୀକ୍ଷା

କଟକ: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟିପିଏସ୍‌ସି) ଦ୍ବାରା ପରିଚାଳିତ ପ୍ରଶାସନିକ ସେବା(ଆଇଏଏସ୍‌) ପରୀକ୍ଷା(ମୌଖିକ) ଅଗଷ୍ଟ ୨ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୨୨ତାରିଖ ପର୍ଯ୍ୟନ୍ତ ଚାଲିବ। ମୌଖିକ ପରୀକ୍ଷା ଦେବାକୁ ଓଡ଼ିଶାରୁ ଅନେକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ବାରା ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ର ପ୍ରାଥମିକ ପରୀକ୍ଷା ଅଗଷ୍ଟ ୨୭ରେ ହେବ। ଏଥିପାଇଁ ଜୁଲାଇ ୧୯ରେ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଇଏଏସ୍‌ ମୌଖିକ ପରୀକ୍ଷା ପାଇଁ ଏଥର ବହୁ ଓଡ଼ିଆ ଛାତ୍ରଛାତ୍ରୀ ଓଏଏସ୍‌ ପ୍ରାଥମିକ ପରୀକ୍ଷା ଦେବାରୁ ବଞ୍ଚିତ ହେବାର ଆଶଙ୍କା ରହିଛି।

ୟୁପିଏସସି ପକ୍ଷରୁ ମୌଖିକ ପରୀକ୍ଷା ପାଇଁ ଜୁନ୯ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଗୋଟିଏ ଦିନରେ ପ୍ରଶାସନିକ ସେବାର ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ହେଉଥିବାରୁ ପରୀକ୍ଷାର୍ଥୀ ଦ୍ବନ୍ଦ୍ବରେ ରହିଛନ୍ତି। ଅଗଷ୍ଟ ୨୭ରେ ଓପିଏସସି ପକ୍ଷରୁ ହେବାକୁ ଥିବା ଓଏଏସ୍‌ ପ୍ରାଥମିକ ପରୀକ୍ଷା ଘୁଞ୍ଚାଇବାକୁ ବହୁ ଆଶାୟୀ ଦାବି କରିଛନ୍ତି।

Comments are closed.