କରୋନା ମୁକାବିଲା ପାଇଁ ଦିନକର ଦରମା ଦେବେ ଆଇଏଏସ୍ ଅଧିକାରୀ

ଭୁବନେଶ୍ବର : କରୋନା ଭାଇରସ୍ ମୁକାବିଲା ପାଇଁ ରାଜ୍ୟର ପ୍ରତ୍ୟେକ ଆଇଏଏସ୍ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦିନକର ଦରମା ପ୍ରଦାନ କରିବେ। ଏନେଇ ଆଜି ଆଇଏଏସ୍ ଅଫିସର୍ସ ଆସୋସିଏସନ୍ ନିଷ୍ପତ୍ତି ନେଇଛି। ଆସୋସିଏସନ୍‌ର ଅଧ୍ୟକ୍ଷ ବିଶାଲ କୁମାର ଦେବ ଜଣାଇଛନ୍ତି ଯେ କରୋନା ମହାମାରୀର ମୁକାବିଲାରେ ରାଜ୍ୟ ଲଢ଼େଇ କରୁଥିବା ବେଳେ ଏପରି ଏକ ଘଡ଼ିସନ୍ଦି ମୁହୂର୍ତ୍ତରେ ଆମେ ରାଜ୍ୟବାସୀଙ୍କ ସହ ଅଛୁ। ଏହା ପୂର୍ବରୁ ଫଣି ବାତ୍ୟା ଭଳି ଦୁର୍ବିପାକ ସମୟରେ ମଧ୍ୟ ରାଜ୍ୟ ଆଇଏଏସ୍ ଅଫିସର୍ସ ଆସୋସିଏସନ୍ ଆଗେଇ ଆସିଥିଲା।

Comments are closed.