ଖବରକାଗଜ ବିତରକଙ୍କ ପାଇଁ କାର୍ଯ୍ୟସ୍ଥଳ ନିର୍ମାଣ

ଭୁବନେଶ୍ବର : ଖବରକାଗଜ ବିତରକମାନେ ଯେପରି ସୁବିଧାରେ କାମ କରିବେ ସେଥିପାଇଁ ଜିଲା ଓ ଉପଖଣ୍ଡ ମୁଖ୍ୟାଳୟସ୍ତରରେ ସେମାନଙ୍କ ଲାଗି ଖୁବ୍‌ଶୀଘ୍ର ୱାର୍କସେଡ (ଛାମୁଣ୍ଡିଆ) ନିର୍ମାଣ କରାଯିବ। ଗୃହ ଓ ନଗର ଉନ୍ନୟନ ବିଭାଗକୁ ଏ ନେଇ ଚିଠି ଲେଖିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ। ବୁଧବାର ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି ସେ ଦର୍ଶାଇଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖବରକାଗଜ ବିତରକଙ୍କୁ ସ୍ବତନ୍ତ୍ର ପ୍ୟାକେଜ୍‌ ପ୍ରଦାନ ସହିତ ସେମାନଙ୍କ ବସିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଘୋଷଣା କରିଥିଲେ। ତେଣୁ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି।

Comments are closed.