ଏବେ କ୍ଷଣିକରେ ଶତ୍ରୁ ହେବ ଧରାଶାୟୀ; ହାଇପରସୋନିକ୍ ଯାନ ହେଲା ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ସମନ୍ବିତ ପ୍ରତିରକ୍ଷା ଷ୍ଟାଫ୍(ଇସ୍ରୋ) ଓ ସମନ୍ବିତ ପ୍ରତିରକ୍ଷା ଷ୍ଟାଫ୍ ମିଳିତ ଭାବେ ହାଇପରସୋନିକ୍ ଯାନ ପରୀକ୍ଷା କରିଛନ୍ତି। ଏହି ପରୀକ୍ଷା ସମସ୍ତ ଆବଶ୍ୟକୀୟ ମାନଦଣ୍ଡଗୁଡିକ ହାସଲ କରିଛି ଏବଂ ଉଚ୍ଚ କ୍ଷମତା ପ୍ରଦର୍ଶନ କରିଛି। ଏହି ପରୀକ୍ଷଣ ପରେ ଭାରତର ପ୍ରତିରକ୍ଷା କ୍ଷେତ୍ର ଅଧିକ ମଜଭୁତ ହେବ। ଏହା ବିଶେଷ କରି ପାକିସ୍ତାନ ଓ ଚୀନର ଚତୁରତାକୁ ଅକାମୀ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ସାବ୍ୟସ୍ତ ହେବ। ଏହି ଯାନର ବିଶେଷତ୍ବ ହେଉଛି ଏହା ଶବ୍ଦର ଗତିଠାରୁ ପାଞ୍ଚ ଗୁଣ ଅଧିକ ଦ୍ରୁତ ଗତିରେ ଉଡ଼ାଣ ଭରିଥାଏ।
Comments are closed.