କୋଇଲା ଚୁଲାରୁ ନିଆଁ ଲାଗି ଦମ୍ପତି ଜୀବନ୍ତ ଦଗ୍ଧ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ସ୍ଥିତ ରାମପୁରରେ ଆଜି ଏକ ଅଘଟଣ ଘଟିଛି। କୋଇଲା ଚୁଲାରୁ ନିଆଁ ଲାଗି ଦମ୍ପତି ଜୀବନ୍ତ ଦଗ୍ଧ ହୋଇଛନ୍ତି। ମୃତକ ହେଲେ ଗିରିବର ଦାଶ(୪୭) , ତାଙ୍କ ପତ୍ନୀ ଗୀତା ଦାଶ ।
ଆଜି ସକାଳେ ଗୀତା କୋଇଲା ଚୁଲାକୁ ଘର ଭିତରକୁ ନେବା ସମୟରେ ଅସାବଧାନତା ହେତୁ ପିନ୍ଧିଥିବା ଶାଢୀରେ ନିଆଁ ଲାଗିଯାଇଥିଲା । ଚୁଲା ଓ ଗୀତା ତଳେ ପଡିବାରୁ ତାଙ୍କ ଦେହରେ ଜୋରରେ ନିଆଁ ଲାଗିଥିଲା । ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ଗିରିବର ନିଜେ ବି ଜଳିଯାଇଥିଲେ । ଘଟଣାସ୍ଥଳରେ ଉଭୟଙ୍କ ମୃତ ଦେହ ପଡିଛି । ତାଙ୍କ ପୁଅ ଟିଉସନରୁ ଘରକୁ ଫେରିବା ପରେ ଜାଣିବାରୁ ପାଟିତୁଣ୍ଡ କରିଥିଲେ । ପୁଅର ପାଟି ଶୁଣି ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚିବା ସହ ଘଟଣା ବିଷୟରେ ପୁଲିସକୁ ଜଣାଇଥିଲେ।  ରାମପୁର ପୁଲିସ ଘଟଣା ସ୍ଥାନରେ ପହଞ୍ଚି ସାଇଣ୍ଟିଫିକ ଦଳ ସହାୟତାରେ ତଦନ୍ତ ଆରମ୍ଭ କରିଛି ।

Comments are closed.