ପ୍ରେମରେ ଟ୍ଵିଷ୍ଟ – ସ୍ୱାମୀର ଦ୍ଵିତୀୟ ବିବାହକୁ ବିରୋଧ କରି ଥାନାରେ ସ୍ତ୍ରୀ

ସୋର: ବିବାହ ପରେ ଜଣେ ଯୁବତୀ ପ୍ରତାରଣାର ଶିକାର ହୋଇଥିବା ଜଣାପଡିଛି। ଯୁବତୀର ସରଳତାର ସୁଯୋଗ ନେଇ ସ୍ୱାମୀ ଏବେ ଦ୍ଵିତୀୟ ବିବାହ ପାଇଁ ସଜବାଜ ହେଉଥିବା ବେଳେ ପୁଲିସରେ ଅଭିେଯାଗ କରିଥିଲେ ମଧ୍ୟ ପୁଲିସ କାର୍ୟ୍ୟନୁଷ୍ଠାନ ଗ୍ରହଣ କରୁ ନ ଥିବା ଯୁବତୀ ଜଣକ ଅଭିେଯାଗ କରିଛନ୍ତି। ଭଦ୍ରକ ତିହିଡି ଅଞ୍ଚଳର ଝିଅ ବିସ୍ମିତା(ଛଦ୍ମନାମ) ୨୦୧୮ ମସିହାରେ ନର୍ସିଂ ତାଲିମ କରିବାକୁ ବାଲେଶ୍ବର ଆସିଥିଲେ କିନ୍ତୁ ତାଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ସେ ଅଧାରୁ ନର୍ସିଂ ତାଲିମ ଛାଡି ଖନ୍ତାପଡା ଚିଙ୍ଗୁଡି ଫେକ୍ଟରୀରେ ଶ୍ରମିକ ଭାବେ କାର୍ୟ୍ୟ କରିବା ବେଳେ ସେଠାରେ ଏକ ହୋଟେଲରେ କାର୍ୟ୍ୟ କରୁଥିବା ଖନ୍ତପଡା ଥାନା ପଣପଣା ଅଞ୍ଚଳର ଯୁବକ ଅନନ୍ତ ପାତ୍ର ସହିତ ସାକ୍ଷାତ ହୋଇଥିଲା।

ଅନନ୍ତ ବିସ୍ମିତାକୁ ବିବାହର ପ୍ରଲୋଭନ ଦେଖାଇ ପୁରୀରେ ରଥଯାତ୍ରା ସମୟରେ ବିବାହ କରିଥିଲା। ପରେ ଅନନ୍ତ ବିସ୍ମିତା ସହିତ ପ୍ରତାରଣା କରି ଖନ୍ତାପଡା ଥାନା ସମ୍ପର୍କୀୟ ଆଈ ଘରେ ଛାଡି ଫେରାର ହୋଇଯାଇଛି। ଅନନ୍ତ ଦ୍ବିତୀୟ ବିବାହ କରିବା ପାଇଁ ଚକ୍ରାନ୍ତ କରୁଥିବାର ବିସ୍ମିତା ଖନ୍ତପଡା ଥାନାରେ ଗତ ଦୁଇ ତାରିଖରୁ ଅଭିଯୋଗ କରିଥିବା ବେଳେ ପୁଲିସ ପଦକ୍ଷେପ ନେଉ ନ ଥିବା ବିସ୍ମିତା ଅଭିଯୋଗ କରିଛନ୍ତି।

Comments are closed.