ଘରୋଇ କଳିରୁ ହତ୍ୟା

ବଣେଇ : ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ମଞ୍ଚାବେଡା ଗ୍ରାମରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଘରୋଇ କଳିକୁ ନେଇ କୁଅଁର ସିଂହ ତାଙ୍କ ସ୍ତ୍ରୀ ବୁଦ୍ଧବତୀ ସିଂହଙ୍କୁ ଓଢଣୀ ସାହାଯ୍ୟରେ ଚିପି ଶ୍ବାସରୋଧ କରି ହତ୍ୟା କରିଛନ୍ତି। ଗତକାଲି ଦିନ ସମୟରେ ହତ୍ୟା କରିବା ପରେ ଘରେ କବାଟ ବନ୍ଦ କରି ଫେରାର ହୋଇ ଯାଇଥିଲା। ଆଜି ସକାଳୁ ପରିବାର ଲୋକ ସନ୍ଦେହ କରି କବାଟ ଖୋଲିବାରୁ ବୁଦ୍ଧବତୀଙ୍କର ମୃତ ଶରୀର ଦେଖି ତାଙ୍କ ବାପ ଘରକୁ ଖବର ଦେଇଥିଲେ। ମୃତ ମହିଳାଙ୍କ ଭାଇ ଘାସିରାମ ସିଂହ ଥାନାକୁ ଆସି ରିପୋର୍ଟ ଦେବାପରେ ପୁଲିସ ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ ଟିମଙ୍କ ଉପସ୍ଥିତିରେ ଶବ ପଞ୍ଚନାମା କରି ଲହୁଣୀପଡା ମେଡିକାଲକୁ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି। ଅଭିଯୁକ୍ତ ସ୍ୱାମୀଙ୍କୁ କେ. ବଲାଙ୍ଗ ପୋଲିସ ରକ୍ସି ଅଞ୍ଚଳଳରୁ ସନ୍ଧ୍ୟାରେ ଧରି ପଚରାଉଚୁରା କରିବା ସହିତ ତଦନ୍ତ ଚଳାଇଛି।