ସ୍ତ୍ରୀକୁ ଆକ୍ରମଣ କରିବା ଘଟଣାରେ ସ୍ୱାମୀ ଗିରଫ

ଚୌଦ୍ୱାର : କଇଁଚିରେ ଆକ୍ରମଣ କରି ସ୍ତ୍ରୀକୁ ଆହତ କରିଥିବା ଘଟଣାରେ ଚୌଦ୍ୱାର ପୁଲିସ, ସ୍ୱାମୀ ଖର୍ଦ୍ଦା ସାହିର ଫକୀର ସାହୁକୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ପୁଲିସ ସୁଚନା ଅନୁଯାୟୀ ଟଙ୍କାର ଆବଶ୍ୟକତା ଥିବା ଦର୍ଶାଇ ନିଜ ବାପଘରୁ ପଇସା ଆଣିବା ପାଇଁ ଫକୀର ତାଙ୍କ ସ୍ତ୍ରୀ ବାସନ୍ତୀଙ୍କୁ ବାରମ୍ବାର ବାଧ୍ୟ କରୁଥିଲେ। ବାସନ୍ତୀ ଏଥିରେ ଆରାଜି ହେବାରୁ ଉଭୟଙ୍କ ମଧ୍ୟରେ ପାରିବାରିକ ଅଶାନ୍ତି ଓ କଳି ଝଗଡ଼ା ଲାଗି ରହିଥିଲା। ଶନିବାର ଦିନ ଫକୀର ଓ ବାସନ୍ତୀଙ୍କ ଭିତରେ କଳିଝଗଡା ଲାଗିବା ସହିତ ଫକୀର ଉତ୍‍କ୍ଷିପ୍ତ ହୋଇ ଏକ କପଡ଼ା କଟା କଇଁଚିରେ ବାସନ୍ତୀ ମୁଣ୍ଡରେ ଭୁଷି ଦେଇଥିଲେ। ଫଳରେ ବାସନ୍ତୀଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ସହିତ ସେ ଗୁରୁତର ଆହତ ହୋଇଥିଲେ। ପୁଲିସ ବାସନ୍ତୀଙ୍କୁ ଚିକିତ୍ସାପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇବା ସହିତ ଫକୀରଙ୍କୁ ଥାନାକୁ ଆଣି ଅଟକ ରଖିଥିଲା।

Comments are closed.