ପୁରୀରେ ମଙ୍ଗୁମଠ ଭାଙ୍ଗି ଶୌଚାଳୟ ତିଆରି କରିବା ବିରୋଧରେ ଆନ୍ଦୋଳନ; ଗୁରୁଦ୍ୱାର ପାଇଁ ଜମି ଦେଇନଥିବା ଅଭିଯୋଗ

ପଞ୍ଜାବରୁ ଚାଲି ଚାଲି ଆସି ବିଧାନସଭା ଆଗରେ ଧାରଣା ଦେଲେ ଶିଖ୍ ସମ୍ପ୍ରଦାୟର ୩ ବ୍ୟକ୍ତି

ଭୁବନେଶ୍ବର: ପୁରୀରେ ମଙ୍ଗୁମଠ ଭାଙ୍ଗି ସେଠାରେ ଶୌଚାଳୟ ତିଆରି କରିବା ବିରୋଧରେ ଆନ୍ଦୋଳନ। ଭଙ୍ଗାଯାଇଥିବା ମଠ ଜମି ବଦଳରେ ଏ ପର୍ଯ୍ୟନ୍ତ ଗୁରୁଦ୍ୱାର କରିବା ନେଇ ରାଜ୍ୟ ସରକାର ଜମି ଦେଇନଥିବା ନେଇ ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଦାବି ଜଣାଇବା ପାଇଁ ପଞ୍ଜାବରୁ ଶିଖ ସମ୍ପ୍ରଦାୟର ତିନିଜଣ ଚାଲି ଚାଲି ଆସି ବିଧାନସଭା ଆଗରେ ଧାରଣା ଦେଇଥିଲେ । ତେବେ କମିଶନରେଟ ପୁଲିସ ସେମାନଙ୍କୁ ବିଧାନସଭା ଆଗରୁ ଉଠାଇନେଇ ଧାରଣା ସ୍ଥଳରେ ଛାଡିଛି । ଧାରଣା ସ୍ଥଳରେ ସେମାନେ ଆମରଣ ଅନଶନରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ପୁରୀରେ ଶିଖମାନଙ୍କର ଗୁରୁଦ୍ୱାର ପାଇଁ ସରକାର ଜମି ଯୋଗାଇ ଦେଇନାହାନ୍ତି ସେ ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବା ପାଇଁ ଶିଖ୍‌ ନିଷ୍ପତ୍ତି ନେଇଛନ୍ତି । ବିଧାନସଭା ଆଗରୁ ପୁଲିସ ଉଠାଇ ନେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

Comments are closed.