ରିଲିଜ୍‍ ହେଲା ‘ହଙ୍ଗାମା-୨’ର ପ୍ରଥମ ପୋଷ୍ଟର

ମୁମ୍ବଇ: ୨୦୦୩ରେ ମୁକ୍ତିଲାଭ କରିଥିବା ଜବରଦସ୍ତ ହାସ୍ୟରସାତ୍ମକ ଚଳଚ୍ଚିତ୍ର ‘ହଙ୍ଗାମା’ର ଦ୍ୱିତୀୟ ଭାଗ ଖୁବ୍‍ଶୀଘ୍ର ପରଦାକୁ ଆସିବାକୁ ଯାଉଛି। ମଙ୍ଗଳବାର ‘ହଙ୍ଗାମା-୨’ର ପ୍ରଥମ ପୋଷ୍ଟର ରିଲିଜ୍‍ ହୋଇଛି ଏବଂ ଏହାର ମୁକ୍ତିଲାଭ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଟ୍ରେଡ଼୍‍ ଆନାଲିଷ୍ଟ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିଛନ୍ତି।
ପୋଷ୍ଟରରେ ଶିଳ୍ପା ଶେଟ୍ଟୀ ଓ ପରେଶ ରାୱଲଙ୍କ ସହ ମୀଜାନ ଜାଫରୀ ଓ ପ୍ରନୀତା ସୁଭାଷଙ୍କୁ ଦେଖିବାକୁ ମିଳିଛି। ପ୍ରଥମ ଭାଗ ଭଳି ‘ହଙ୍ଗାମା-୨’ର ନିର୍ଦ୍ଦେଶନା ଭାର ମଧ୍ୟ ପ୍ରିୟଦର୍ଶନ ହିଁ ବହନ କରିଛନ୍ତି। ଏହା ୧୪ ଅଗଷ୍ଟ ୨୦୨୦ରେ ପରଦାକୁ ଆସିବ।

Comments
Loading...