ଏବେ ବି ବଞ୍ଚି ରହିଛି ଶହ ଶହ ବର୍ଷର ପରମ୍ପରା

ସୁଆଣ୍ଡୋ – ଶଗଡ଼ଗାଡ଼ିରେ ହରିଆବୁଢା ଠାକୁରଙ୍କ ପୀଠରେ ପହଞ୍ଚିଲେ ଶ୍ରଦ୍ଧାଳୁ । ଦିନଥିଲା ଶଗଡ଼ଗାଡ଼ିରେ ଲୋକମାନେ ଯିବାଆସିବା କରୁଥିଲେ । ଏବେ ଶଗଡ଼ଗାଡ଼ି ଦେଖିବା ସାତସପନ ହୋଇଯାଇଛି । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଚନ୍ଦନପୁର କରଡି ଗ୍ରାମର ବାସିନ୍ଦା ମାନଙ୍କ ପକ୍ଷରୁ ଏହି ତାଟି ଶଗଡ଼ଗାଡ଼ିରେ ଯାତ୍ରା କରାଯାଇ ଥାଏ ।

ପୁରୀ ଜିଲା ସତ୍ୟ ବାଦୀ ବ୍ଲକ ଅନ୍ତର୍ଗତ ବଳପୁର ଗ୍ରାମର ପ୍ରତିଷ୍ଠିତ ହରିଆବୁଢା ଠାକୁରଙ୍କ ପିଠରେ ୬ ଟି ତାଟି ଶଗଡରେ ଗୁରୁବାର ସୁସଜ୍ଜିତ ଶଗଡ଼ଗାଡ଼ିରେ ବିପିନ ଦାସ ସୁକାନ୍ତ ବେହେରା, ନବଘନ ଦାସ, ରମେଶ ମାଝି, କାଳିଆ ବାରିକ ଓ ଅଧିକାରୀ ବେହେରା ପ୍ରମୁଖ ପହଞ୍ଚି ଥିଲେ । ମନ୍ଦିରର ପୂଜକ ସେମାନଙ୍କୁ ଠାକୁରଙ୍କ ଆଜ୍ଞା ମାଳ ଓ ପ୍ରସାଦ ଦେଇ ବରଣ କରାଯାଇ ଥିଲା । ପଟ୍ଟନାୟିକିଆ ରାସ୍ତା ରେ ଉକ୍ତ ଶଗଡ଼ଗାଡ଼ି ଆସିବା ବେଳେ ବରାଳ, ସଦାନନ୍ଦ ପୁର, ମହାବଳପଡା, ମୁନିନ୍ଦା ଆଦି ଗ୍ରାମବାସୀମାନେ ସ୍ୱାଗତ କରିଥିଲେ । ପ୍ରତିବର୍ଷ ଉକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଏହି କାର୍ଯ୍ଯକ୍ରମ କରାଯାଇ ଆସୁଛି । ଗୋଟିଏ ଦିନ ଠାକୁରଙ୍କ ପିଠରେ ରହି ଏକାଦଶୀ ଦିନ ସେମାନେ ବାହୁଡି ଯିବେ ବୋଲି ଜଣାପଡିଛି । ବଳପୁର ଗ୍ରାମଦେଶ କୋଠ ପକ୍ଷରୁ ଶଗଡ଼ଗାଡି ଯାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା ।

Comments are closed.