ଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୨୨୩୧୨ଟଙ୍କା ଆଦାୟ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ୨୨୩୧୨ ଟଙ୍କା ଆଦାୟ ହୋଇଥିବା ଜଣାପଡିଛି। ଆଜି ତହସିଲଦାର ଦେବାଶିଷ କରଙ୍କ ଉପସ୍ଥିତିରେ ମନ୍ଦିରର ହୁଣ୍ଡି ବାହାର କରିଥିଲେ । ଏଥିରେ ସମୁଦାୟ ୨୨୩୧୨ ଟଙ୍କା ବାହାରିଥିବା ମନ୍ଦିର କମିଟି ପକ୍ଷରୁ ସୂଚନା ମିଳିଛି । ଏହି ସମୟରେ ଥାନା ଏସଆଇ ବିମଲ କହଁର, ରାଜସ୍ୱ ଅଧିକାରୀ ସତ୍ୟ ଜିତ ଦାସ, ମନ୍ଦିର ପରିଚାଳନା କମିଟିର ସଭାପତି ନରସିଂହ ପାଢ଼ୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ୬ ମାସ ମଧ୍ୟରେ ଏତିକି ଟଙ୍କା ହୁଣ୍ଡିରୁ ବାହାରିଥିବା କହିଛନ୍ତି ।

Comments are closed.