ହ୍ୟୁଣ୍ଡାଇ ଏଚ ସୋସିଆଲ କ୍ରିଏଟରର ୨ୟ ସଂସ୍କରଣ

ଭୁବନେଶ୍ୱର: ଅଗ୍ରଣୀ କାର୍‍ ନିର୍ମାତା ତଥା ବୃହତ ପାସେଞ୍ଜର କାର୍‍ ରପ୍ତାନିକାରୀ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡର ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅନ୍ତର୍ଗତ ଏଚ ସୋସିଆଲ କ୍ରିଏଟର୍‍ର ଦ୍ୱିତୀୟ ସଂସ୍କରଣ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଯୁବବର୍ଗଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ସୃଷ୍ଟି ପାଇଁ ଏହି ପ୍ରୟାସ ଆରମ୍ଭ କରାଯାଇଛି। ୫୦ଟି କଲେଜର ପ୍ରାୟ ୩୦ହଜାର ଶିକ୍ଷାର୍ଥୀ ଏଚ ସୋସିଆଲ କ୍ରିଏଟର ୨୦୨୦ରେ ଯୋଗଦେବେ। ସୂଚନାଯୋଗ୍ୟ ଯେ ହ୍ୟୁଣ୍ଡାଇ ମୋଟର କମ୍ପାନୀ ପକ୍ଷରୁ ୨୦୧୫ରେ ଏହି କାର୍ଯ୍ୟକ୍ରମ କୋରିଆରେ ଆରମ୍ଭ କରାଯାଇଥିଲା।

Comments are closed.