ମାନବୀୟ ତ୍ରୁଟି ଯୋଗୁ ଘଟିଥିଲା କରାଚୀ ବିମାନ ଦୁର୍ଘଟଣା

ଇସଲାମାବାଦ : ପାକିସ୍ତାନରେ ମେ’ ୨୨ରେ କରାଚୀ ନିକଟରେ ଘଟିଥିବା ଭୟାବହ ବିମାନ ଦୁର୍ଘଟଣା ପାଇଲଟଙ୍କ ତ୍ରୁଟି ଯୋଗୁ ଘଟିଥିଲା। ଏଥିରେ ୯୭ ଜଣ ଯାତ୍ରୀଙ୍କ ଜୀବନ ଯାଇଥିଲା। ବିମାନ ଅବତରଣବେଳେ ପାଇଲଟ୍‌ କରୋନା ଭୂତାଣୁ ବିଷୟରେ କଥା ହେଉଥିଲେ। ଗପିବାରେ ଏଭଳି ମଜି ଯାଇଥିଲେ ଯେ ଦୁର୍ଘଟଣା ଏଡ଼ାଇବାକୁ ତାଙ୍କ ପାଖରେ ସମୟ ନ ଥିଲା। ଦୁର୍ଘଟଣାର ତଦନ୍ତ ରିପୋର୍ଟରୁ ଏହା ଜଣାପଡିଛି। ପାକିସ୍ତାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରବାର ଖାନ ପାକ୍‌ ସଂସଦରେ ତଦନ୍ତ ରିପୋର୍ଟ ଉପସ୍ଥାପନ କରିଛନ୍ତି। ରିପୋର୍ଟ ଅନୁସାରେ ପାଇଲଟ୍ ଏବଂ ଏୟାରଟ୍ରାଫିକ ନିର୍ଦ୍ଧାରିତ ନିୟମ ପାଳନ କରି ନ ଥିଲେ। ସେମାନେ ବିମାନ ଏ୩୨୦କୁ ଅବତରଣ କରିବାବେଳେ କରୋନା ବିଷୟରେ କଥା ହେଉଥିଲେ। ଉଭୟଙ୍କ ଧ୍ୟାନ ବିମାନ ଉଡାଣ ଉପରେ ନ ଥିଲା। ପାଇଲଟଙ୍କ ପରିବାରର ଲୋକ କରୋନା ସଂକ୍ରମିତ ଥିବାରୁ ସେ ସମ୍ବନ୍ଧରେ ସେମାନେ ଆଲୋଚନା କରୁଥିଲେ। ସମ୍ପୃକ୍ତ ପାଇଲଟ୍‌ ଅତି ଆତ୍ମବିଶ୍ବାସୀ ଥିଲେ।

Comments are closed.