ହିମାଚଳ ପ୍ରଦେଶରେ ୩.୬ ତୀବ୍ରତାର ଭୂକମ୍ପ ଅନୁଭୂତ

ଶିମଲା: ହିମାଚଳ ପ୍ରଦେଶ ଶିମଲାରେ ସୋମବାର ସକାଳେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ଏଥିରେ ଧନଜୀବନ ବିଶେଷ ଭାବେ କ୍ଷୟକ୍ଷତି ହୋଇଥିବା ଜଣାପଡିନାହିଁ।

ଏହା ପୂର୍ବରୁ ଜାନୁଆରୀ ୩ ତାରିଖ ଶୁକ୍ରବାର ରାଜ୍ୟର ଆଦିବାସୀ ଜିଲା ଲାହୌଲ-ସ୍ପିତିରେ ଲଗାତାର ଭାବେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ଥିଲା। ସେହିପରି ଗୁରୁବାର ସନ୍ଧ୍ୟା ୭ଟା ୩୮ ମିନିଟରେ ଭୂକମ୍ପ ଝଟକା ଲାଗିଥିଲା।

Comments are closed.