ଜାଣନ୍ତୁ ଖାଦ୍ୟ ସଂରକ୍ଷିତ କେତୋଟି ଉପାୟ

ଖାଦ୍ୟ ସାମଗ୍ରୀକୁ ତୁରନ୍ତ ବ୍ୟବହାର କରିବା ଏବଂ ଏହାକୁ ସତେଜ ରଖିବା ଲାଗି କେତେକ ଉପାୟ ରହିଛି। ଏଥିରୁ କେତୋଟି ସମ୍ପର୍କରେ ଜାଣନ୍ତୁ-
– ବାଦାମରୁ ଶୀଘ୍ର ଚୋପା ଛଡାଇବା ଲାଗି ଚାହୁଁଥିଲେ ଏହାକୁ ୧ମିନିଟ ଯାଏ ଉଷୁମ ପାଣିରେ ଭିଜାଇ ଦିଅନ୍ତୁ।
– ଖୋଲା କିମ୍ବା ଫାଟି ଯାଇଥିବା ନଡିଆକୁ ସତେଜ ରଖିବା ଲାଗି ତା’ ଭିତରେ କିଛି ଲୁଣ ଘଷି ଦିଅନ୍ତୁ। ଏହା ଶୁଖିବ ନାହିଁ।
– ପକୁଡି ଛାଣି ସାରିବା ପରେ ପରଷିବା ପୂର୍ବରୁ ତା’ ଉପରେ ଟିକେ କଳା ଲୁଣ ଛିଞ୍ଚି ଦେବେ। ଏହାର ସ୍ୱାଦ ବଢିଯିବ।
– ତେନ୍ତୁଳିରେ ପୋକ ନ ଲାଗିବା ପାଇଁ ସେଥିରେ ଲୁଣ ଗୋଳାଇ ବନ୍ଦ ଡବାରେ ରଖନ୍ତୁ।
– ଲଙ୍କା ଗୁଣ୍ଡରେ ଫଙ୍ଗସ୍‍ ଏବଂ ଜାଲ ନ ହେବା ପାଇଁ ସେଥିରେ କିଛି ଗୋଟା ଲୁଣ ରଖି ଦିଅନ୍ତୁ।
– ଜାମ୍‍, ଜେଲି ଆଦିକୁ ପିମ୍ପୁଡି ନଲାଗିବା ପାଇଁ କପଡାରେ ସୋରିଷ ତେଲ ଲଗାଇ ଏହାର ଖୋଳରେ ଗୁଡାଇ ଦେବେ।
– ପଲଉ ପ୍ରସ୍ତୁତ କରିବା ସମୟରେ ଫୁଟନ୍ତା ପାଣିରେ ଚାଉଳ ପକାନ୍ତୁ। ଏହା ଦ୍ୱାରା ଭାତ ସୁନ୍ଦର ଦେଖାଯାଏ।

Comments are closed.