ଦ୍ୱିତୀୟ ଦିନରେ ଗୃହରେ ପ୍ରବଳ ହଟ୍ଟଗୋଳ, ଦିନ ସାଢେ ୧୧ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ବଜେଟ୍‍ ଅଧିବେଶନର ଦ୍ୱିତୀୟ ଦିନରେ ପୁଣି ଗୃହ ମୁଲତବୀ। ଶୁକ୍ରବାର ଅଧିବେଶନ ଆରମ୍ଭ ହେଉ ହେଉ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ପ୍ରବଳ ହଟ୍ଟଗୋଳ କରିବାରୁ ଦିନ ୧୧.୩୦ ଯାଏଁ ଗୃହକଚ ମୁଲତବୀ ଘୋଷଣା କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଚାଷୀଙ୍କ ସମସ୍ୟା ସହ ଧାନ ମଣ୍ଡି ଅବ୍ୟବସ୍ଥାକୁ ନେଇ ବିଧାନସଭାରେ ହୋହାଲ୍ଲା ଓ ନାରବାଜି ହେବା ସହ ଉଭୟ କଂଗ୍ରେସ ଓ ବିଜେପିର ସଦସ୍ୟମାନଙ୍କ ପ୍ରତିବାଦ ପାଇଁ ଗୃହ ମୁଲତବୀ ରହିଛି।

Comments are closed.