ଇଂଲଣ୍ଡରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା : ଗୋଟିଏ ଦିନରେ ୩୦ହଜାର ୫୦୧ ନୂଆ ସଂକ୍ରମିତ ଚିହ୍ନଟ

ଲଣ୍ଡନ : ଇଂଲଣ୍ଡର ଦକ୍ଷିଣ ଭାଗରେ ଥିବା ହସ୍ପିଟାଲ ଗୁଡ଼ିକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରିଲକ୍ଷିତ ହୋଇଛି। ସେଠାରେ କିଛିଦିନ ହେଲା ନୂତନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟୁଥିବାରୁ ହସ୍ପିଟାଲ ଗୁଡ଼ିକରେ ଭିଡ଼ ବଢ଼ୁଛି। ଗତକାଲି ଲଣ୍ଡନରେ ଆମ୍ବୁଲାନ୍ସ ସେବା କ୍ଷେତ୍ରରେ ରେକର୍ଡ ସୃଷ୍ଟି ହୋଇଛି। ଆମ୍ବୁଲାନ୍ସ ସେବା ପାଇଁ ଲୋକମାନଙ୍କଠାରୁ
୮ହଜାର ଟେଲିଫୋନ୍‍ କଲ୍‍ ଗ୍ରହଣ କରାଯାଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।
କେବଳ ଗତକାଲି ସେଠାରେ ୩୦ହଜାର ୫୦୧ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୧୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Comments are closed.