ସରକାରଙ୍କ ଚେତାବନୀ – ଜରୁରୀ ସେବା ପ୍ରଦାନ ନ କଲେ ହେବ କାର୍ଯ୍ୟାନୁଷ୍ଠାନ

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ସମୟରେ ସାଧାରଣ ରୋଗୀ ଏବେ ଚିକିତ୍ସା ପାଇଁ ମେଡିକାଲ ଆସୁନଥିବା ବେଳେ ଗୁରୁତର ରୋଗୀମାନଙ୍କୁ କିଛି ଘରୋଇ ଡାକ୍ତରଖାନା ସେବା ପ୍ରଦାନ କରିବାକୁ ମନା କରୁଥିବା ଘଟଣା ସାମନାକୁ ଆସିବା ପରେ ରାଜ୍ୟ ସରକାର ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଏକ ଆଦେଶନାମା ଜାରୀ କରାଯାଇଛି।

ଆଦେଶନାମାରେ କୁହାଯାଇଛି ଯେ ଘରୋଇ ହସ୍ପିଟାଲଗୁଡିକ ଏହା ସୁନିଶ୍ଚିତ କରିବେ ଯେ ଡାଇଲିସିସ, ବ୍ଲଡ ଟ୍ରାନସଫ୍ୟୁଜନ ଓ କେମୋଥେରାପୀ ଭଳି ରୋଗୀ ସେବାରୁ ବଂଚିତ ହେବେ ନାହିଁ। ନଚେତ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

Comments are closed.