ଆଇସୋଲୋସନ ବାହାନାରେ ଡାକ୍ତରଖାନାରୁ ଚମ୍ପଟ ମାରିଲା କଏଦୀ

ଧର୍ମଗଡ ; ସମଗ୍ର ଦେଶରେ ଲକଡାଉନ ଜାରି ରହିଛି। ଏହାକୁ କଡାକଡି କରିବାକୁ ପୁଲିସ ପକ୍ଷରୁ ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ସୀମାକୁ ସିଲ କରାଯାଇଛି। ଚାରିଆଡେ ପୁଲିସର କଡା ପହରା ରହିଛି। ତେବେ ସମସ୍ତ ସୁରକ୍ଷାକୁ ଫୁ’ କରି ଜଣେ କଏଦୀ ଡାକ୍ତରଖାନାରୁ ଫେରାର ମାରିଛି।

ପୁଲିସ ଠାରୁ ମିଳିଥିବା ସୁଚନାନୁଯାୟୀ କେଗାଁ ଥାନା ମକରାଗୁଡା ଗାଁର ଅଲେଖ ଜଗତ (୨୦)ନାଁରେ ଗତ ଅକ୍ଟୋବର ମାସରେ କେଗାଁ ଥାନାରେ ଏକ ଏତଲା ହୋଇଥିଲା। ଏତଲା ଅନୁଯାୟୀ ଅଲେଖ ଜଣେ ୧୬/୧୭ବର୍ଷ ବାଳକକୁ ବେକ କାଟି ହତ୍ୟା ଉଦ୍ୟମ କରିଥିଲା। ଏନେଇ ପୁଲିସ ତା ନାଁରେ ଏକ ମାମଲା ରୁଜୁ କରିଥିଲା କିନ୍ତୁ ଅଭିଯୁକ୍ତ ଜଣକ ଫେରାର ଥିବାରୁ ତାକୁ ପୁଲିସ ଗିରଫ କରିପାରିନଥିଲା। ଗତ ମାର୍ଚ୍ଚ ୨୭ରେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପଚରାଉଚୁରା ସମୟରେ କେତେବେଳ ପଂଜାବ ଯାଇଥିବା କହିଥିଲା। ଜାମିନ ନାମଂଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଯାଇଥିଲା। ତେବେ ତାକୁ କାଶ, ଜ୍ୱର ହେବା ଏବଂ ବିଗତ ଦିନରେ ସେ ପଂଜାବ ଯାଇଥିବା କାରଣରୁ ଜେଲ ଡାକ୍ତର ତାକୁ ଆଇସୋଲେସନରେ ରଖିବାକୁ ପରାମର୍ଶ ଦେବା ପରେ ଧର୍ମଗଡ ଡାକ୍ତରଖାନାକୁ ଅଣାଯାଇଥିଲା। ଆଇସୋଲୋସନରେ ରହିଥିବା ଅବସ୍ଥାରେ ମଙ୍ଗଳବାର ସକାଳେ ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡିଛି। ଖବର ଲେଖାପର୍ଯ୍ୟନ୍ତ ପୁଲିସ ତାକୁ ଠାବ କରିପାରିନାହିଁ।

Comments are closed.