ବୁଧବାର ରାଶିଫଳ (୦୫/୦୧/୨୦୨୨)

ମେଷ: ସତ୍ ଉପାୟରେ ଧନ ଅର୍ଜନ କରିବେ। ନିରୀହ ସ୍ବଭାବର ହେବେ। ଭାଷା ମାର୍ଜିତ ଓ ମଧୁର ହେବ। ଧୀରସ୍ଥିର ପ୍ରକୃତିର ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ।
ବୃଷ: ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରିପାରନ୍ତି। ଜୀବନ ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଶତ୍ରୁ ଦମନ କରିବାରେ ପାରଙ୍ଗମ ହେବେ। ଗୁଣବାନ୍ ସୁବିମଳ କୀର୍ତ୍ତିର ଅଧିକାରୀ ହେବେ। ବିଜୟୀ ହେବେ।
ମିଥୁନ: ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଉପଯୁକ୍ତ ପରାମର୍ଶଦାତା ହେବେ। ସୁକୃତସମ୍ପନ୍ନ ଓ ସକଳ ଶାସ୍ତ୍ରଜ୍ଞ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବାକୁ ପଡ଼ିବ।
କର୍କଟ: ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି। ଜନସାଧାରଣଙ୍କ ଶ୍ରଦ୍ଧାର ପାତ୍ର ହେବେ। ପୁତ୍ର ସୁଖ ମିଳିପାରେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଦିନଟି ଶୁଭମୟ ହେବ। ସୁସ୍ବାଦୁ ଭୋଜନ ମିଳିବ।
ସିଂହ: ଶତ୍ରୁତାର ଅବସାନ ଘଟିବ। ମନରେ ସ୍ଥିରତା ଆସିବ। ସୁବିମଳ ଯଶର ଅଧିକାରୀ ହେବେ। ଋଣମୁକ୍ତ ହେବେ। ଶୁଭକାର୍ୟ୍ୟ ସମ୍ପାଦିତ ହେବ। ଜ୍ୟୋତିର୍ମୟ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।
କନ୍ୟା: ବିବେକାନୁମୋଦିତ କାର୍ୟ୍ୟକରି ଧର୍ମାଧର୍ମର ମାର୍ଗ ବାଛି ନେଇପାରନ୍ତି। ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ। ଅର୍ଥାଗମ ହେବ। ବିଦ୍ୟାଭ୍ୟାସୀ ହେବେ। ଗୁଣର ପ୍ରସାର ଘଟିବ।

ତୁଳା: କୃପା ନିଧାନଙ୍କ କୃପାପାତ୍ର ହେବେ। ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। କୃଷି କର୍ମ ଲାଭଜନକ ହେବ। ଶାଶ୍ବତ ସତ୍ୟର ସନ୍ଧାନ ପାଇବେ।
ବିଛା: ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଶତ୍ରୁମାନଙ୍କ ସହିତ ସଦ୍ଭାବସମ୍ପନ୍ନ ହୋଇ କାର୍ୟ୍ୟ ହାସଲ କରିବେ। ଆର୍ଥିକ ସ୍ବଚ୍ଛଳତା ଦେଖାଦେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।
ଧନୁ: ଦାନ ଗ୍ରହଣ କରି ସ୍ବୀକୃତିସମ୍ପନ୍ନ ହୋଇପାରନ୍ତି। କର୍ମକୁ ଧର୍ମଭାବେ ବିବେଚନା କରିବେ। ଆପଣଙ୍କ କୀର୍ତ୍ତିର ସୀମା ନିର୍ଣ୍ଣୟ କରିହେବ ନାହିଁ। ନିଃସ୍ବାର୍ଥପର ସେବାରେ ନିୟୋଜିତ ହୋଇପାରନ୍ତି।
ମକର: ମହାପ୍ରଭାବଶାଳୀ ହୋଇପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ସାଧୁସେବାରେ ନିମଗ୍ନ ହେବେ। ପ୍ରୀତିଭୋଜନ ମିଳିପାରେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ସୁଖ ମିଳିବ।
କୁମ୍ଭ: ପରୋପକାରରେ ବ୍ରତୀ ହେବେ। କୃପା ନିଧାନଙ୍କ କୃପା ପାତ୍ର ହେବେ। ପୁଣ୍ୟବାନ୍ ଓ ସୁବିମଳ ଯଶର ଅଧିକାରୀ ହେବେ। ଅକୁଣ୍ଠିତ ଚିତ୍ତରେ ଅତିଥିଙ୍କ ପାଇଁ ଧନ ବ୍ୟୟ କରିବେ।
ମୀନ: ପ୍ରଭୂତ ସମ୍ପତ୍ତିର ଅଧିକାରୀ ହେବେ। ପତ୍ନୀଙ୍କ ସାନ୍ନିଧ୍ୟ ଓ ସହଯୋଗ ପାଇବେ। ପୁଣ୍ୟ ଅର୍ଜନ କରିବେ। ସରକାରଙ୍କ କୃପାପାତ୍ର ହେବେ। ପ୍ରତ୍ୟେକ କାର୍ୟ୍ୟରେ ସଫଳତା ଲାଭ କରିବେ।

Comments are closed.