ରାଶିଫଳ (ବୁଧବାର) ୨୮/୦୯/୨୦୨୨

ମେଷ: ସମ୍ବେଦନା ସହିତ ଯୋଡ଼ି ହେଲେ ସେବାର ମହତ୍ତ୍ବ ଉପଲବ୍ଧି କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ବାଣିଜ୍ୟ କାରବାର ଲାଭଜନକ ହେବ। ସହଧର୍ମିଣୀଙ୍କ ବାର୍ତ୍ତା ଉପାଦେଶାତ୍ମକ ହେବ।

ବୃଷ: ଅଜାତ ଶତ୍ରୁ ହୋଇପାରନ୍ତି। ଭ୍ରାତୃଭାବ ସ୍ନେହପୂର୍ଣ୍ଣ ହେବ। ସୁସ୍ଥ ଓ ନିରାମୟ ରହିବେ। ଖର୍ଚ୍ଚ ସୀମିତ କରିପାରନ୍ତି। ଈପ୍‌ସିତ ଧନ ପ୍ରାପ୍ତିର ସୂଚନା ମିଳୁଛି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।

ମିଥୁନ: କର୍ମଚଞ୍ଚଳ ରହିବେ। କନ୍ୟା ଦୈବୀଶକ୍ତି ସମ୍ପନ୍ନା ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ନିଜର ସାରସ୍ବତ ସାଧାନକୁ ବ୍ୟକ୍ତ କରିପାରନ୍ତି।

କର୍କଟ: ଦାନ-ଧର୍ମରେ ଦୀକ୍ଷିତ ହେବା ଆଶା କରାଯାଏ। ଉଦାର ସ୍ବଭାବସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷିକର୍ମକାରୀ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ଓଁର ଚିନ୍ତନ ଓ ମନନରେ ବ୍ରତୀ ହୋଇପାରନ୍ତି।

ସିଂହ: ଈଶ୍ବର ବିଶ୍ବାସରୁ ଶାଶ୍ବତ ଶାନ୍ତିର ସନ୍ଧାନ ପାଇପାରନ୍ତି। ମନ ପ୍ରସନ୍ନ ରହିବ। ପ୍ରେମୀ ଓ ସାହସୀ ହେବେ। ବିପଦରେ କାତର କିମ୍ବା ସମ୍ପଦରେ ଅଧୀର ନ ହୋଇ ସ୍ଥିତପ୍ରଜ୍ଞ ହେବେ।

କନ୍ୟା: ସ୍ବକର୍ମ ଭାଗ୍ୟନିୟନ୍ତା ହୋଇପାରେ। ଆପଣ ସତ୍ୟପ୍ରଜ୍ଞ ହୋଇଥିବାର କ୍ରୋଧ ବା ରାଗ ପାଣିର ଗାରପରି ହେବ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଭିନ୍ନ ଧନାଗମ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବ।

ତୁଳା: ଶ୍ରୀଚନ୍ଦ୍ର ଭୋଗ ହେତୁ ସୁଷମ ଖାଦ୍ୟରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ରଣଜୟୀ ହେବେ।

ବିଛା: ସାଧନାରେ ସିଦ୍ଧିପ୍ରାପ୍ତିର ସୂଚନା ମିଳୁଛି। ମଧୁର ଭାଷା ସ୍ନେହପୂର୍ଣ୍ଣ ବ୍ୟବହାର ଦ୍ବାରା ପରକୁ ଆପଣାର କରିପାରନ୍ତି। ପାରିବାରିକ ଚାହିଦା ମେଣ୍ଟାଇବାରେ ବ୍ୟୟ ବୃଦ୍ଧିର ସୂଚନା ମିଳୁଛି।

ଧନୁ: ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ଆର୍ଥିକ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନାସ୍ପଦ ବ୍ୟକ୍ତିଭାବେ ପ୍ରତିଷ୍ଠାଲାଭ କରିବେ।

ମକର: ମନ​‌ରେ ଧ୍ୟାନର ଦୀପ ଜଳାଇ କର୍ମକ୍ଷେତ୍ରକୁ ଅନ୍ଧକାର ମୁକ୍ତ କରିପାରନ୍ତି। ମନରେ ପ୍ରସନ୍ନତା ଭାବ ରହିବ। ଦୟାର୍ଦ୍ରଚିତ୍ତ ହେବେ। ବ୍ୟବସାୟ ଲାଭଜନକ ହେବ। ନିଜ ଆତ୍ମୀୟସ୍ବଜନଙ୍କ ପ୍ରତି ଶ୍ରଦ୍ଧାଭାବ ରହିବ।

କୁମ୍ଭ: ଜୀବନ ସୁଖ ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଅର୍ଜନ କରିଥିବା ଜ୍ଞାନ ଆପଣଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ; ଏହା ବିଶ୍ବର ମୂଲ୍ୟବାନ୍‌ ପୁଞ୍ଜି। ଶାରୀରିକ ଗଠନ ଅତ୍ୟନ୍ତ ଲୋଭନୀୟ ହେବ।

ମୀନ: ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ଅସୁସ୍ଥତା ଓ ବିପଦର କାରଣ ହୋଇପାରେ; ମାତ୍ର ତାକୁ ଡରିଲେ ସେ ଡରାଇବ ଓ ତା’ର ମୁକାବିଲା କଲେ ସେ ଲୁଚିଯିବ।

Comments are closed.