ରାଶିଫଳ (ବୁଧବାର) ୧୭/୦୮/୨୦୨୨

ମେଷ: ଚିନ୍ତାଶୀଳ ବ୍ୟକ୍ତି ହେତୁ ଲୋକେ ପରାମର୍ଶ ଲୋଡ଼ିପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଯୁଦ୍ଧ ବିଜୟୀ ହେବେ। ଧନ ଲାଭ ହେବ। ନିରୋଗ ଶରୀର ପାଇଁ ଆହାର ସୁଧାର ହେବ।

ବୃଷ: କର୍ମଚଞ୍ଚଳ ରହିବେ। ଏକାନ୍ତ ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଭାଷାର ମାଧୁରିମାରେ ଶତ୍ରୁତାର ଅବସାନ ଘଟାଇ ପାରନ୍ତି। ସାହସୀ ଓ ଜ୍ଞାନୀ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।

ମିଥୁନ: ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ପ୍ରାପ୍ତ ହେବେ।

କର୍କଟ: ଜ୍ଞାନର ପ୍ରଦୀପ ଜଳାଇ ବଂଶର ମର୍ଯାଦାକୁ ଆଲୋକିତ କରିପାରନ୍ତି। ଦୟାଧର୍ମରେ ଦୀକ୍ଷିତ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେ​‌େ​‌ବ। ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ଭାବ ରହିବ।

ସିଂହ: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ବିଳାସରେ ଦିନଟି ଅତିବାହିତ କରିପାରନ୍ତି। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହୋଇପାରେ। ବିଦ୍ବାନ୍‌ ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କନ୍ୟା: ସାହସର ସହିତ ବିପଦର ମୁକାବିଲା କରିପାରନ୍ତି। ନିର୍ଭରଶୀଳ ନ ହୋଇ ସ୍ବାଭିମାନର ସହ ଚଳିବେ। ସହଯୋଗୀ ବ୍ୟବସାୟରୁ ସାମାନ୍ୟ ପରିମାଣର ଲାଭ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚିଳିବେ।

ତୁଳା: ବନ୍ଧୁ ମିଳନ ଶୁଭଦାୟକ ହେବ। ବ୍ୟବସାୟ ଲାଭଦାୟକ ହେବ। ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଅହଂଭାବ ଲୋପ ହେବ।

ବିଛା: ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଚତୁର ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ। ରାଜପୂଜିତ ହେବେ।

ଧନୁ: କର୍ମଚଞ୍ଚଳ ରହିବେ। ଦୈବୀଶକ୍ତି ସମ୍ପନ୍ନ କନ୍ୟାରତ୍ନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ। ବ୍ୟବସାୟ ଲାଭଜନକ ହେବ।

ମକର: ଉଦାର ପ୍ରକୃତିର ହେବେ। ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବ୍ୟକ୍ତିତ୍ବ ଅଧିକ ବିକଶିତ ହେବ। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମକାରୀ ହୋଇପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।

କୁମ୍ଭ: ମନ ପ୍ରସନ୍ନ ରହିବ। ଈଶ୍ବରୀୟ ଚେତନାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ଆତ୍ମବିଶ୍ବାସୀ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବ। ପ୍ରେମୀ ଓ ସାହସୀ ହେବେ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ୍‌ ହେବେ।

ମୀନ: ଭାଗ୍ୟଶାଳୀ ହୋଇପାରନ୍ତି। ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁ ସହାୟତା ପାଇ ଖୁସି ହେବେ। ବିଭିନ୍ନ ସୂତ୍ରରୁ ଧନ ଆସିବ।

Comments are closed.