ସାପ୍ତାହିକ ରାଶିଫଳ ରବିବାର (୧୪/୦୮/୨୦୨୨)

ମେଷ: ରବିବାର ଓ ସୋମବାର ଭ୍ରମଣପ୍ରିୟ ହେବେ । ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ବନ୍ଧୁଙ୍କ ସହଯୋଗ ପ୍ରାପ୍ତି । ଶୁକ୍ରବାର ଓ ଶନିବାର ପାରିବାରିକ ଆନନ୍ଦପ୍ରାପ୍ତ କରିବେ । ପରୋପକାରୀ ହେବେ । ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ । ରି​ଷ୍ଟ ଖଣ୍ଡନ ପାଇଁ ଶ୍ରୀମହାଲକ୍ଷ୍ମୀଙ୍କ ମନ୍ତ୍ର ପାଠ କରନ୍ତୁ ।

ବୃଷ: ରବିବାର ଓ ସୋମବାର ବିବାଦରେ ପଡ଼ିବେ । ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଦେବଦର୍ଶନରେ ଆନନ୍ଦ ପାଇବେ । ଶୁକ୍ରବାର ଓ ଶନିବାର ମାଲିମକଦ୍ଦମାରେ ବିଜୟୀ ହେବେ ା ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ । ରିଷ୍ଟ ଖଣ୍ଡନ ପାଇଁ ଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ।

ମିଥୁନ: ରବିବାର ଓ ସୋମବାର ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ । ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ତର୍କବିତର୍କଠାରୁ ଦୂରେଇ ରୁହନ୍ତୁ । ଶୁକ୍ରବାର ଓ ଶନିବାର ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ ା ରିଷ୍ଟ ଖଣ୍ଡନ ପାଇଁ ଓଁ ଲଂ ଲଳିତାଭ୍ୟାଂ ମନ୍ତ୍ର ଜପ କରନ୍ତୁ ।

କର୍କଟ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ । ବୁଧବାର ଓ ଗୁରୁବାର ସୁସମ୍ବାଦ ପ୍ରାପ୍ତ ହେବ । ଶୁକ୍ରବାର ଓ ଶନିବାର ଭାବିଚିନ୍ତି କାର୍ଯ୍ୟ କରନ୍ତୁ । ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ । ରି​ଷ୍ଟ ଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ ।

ସିଂହ: ରବିବାର ଓ ସୋମବାର ଆନନ୍ଦରେ ସମୟ କଟିବ । ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଶତ୍ରୁ ଉପରେ ବିଜୟଲାଭ କରିବେ । ଶୁକ୍ରବାର ଓ ଶନିବାର ନିଯୁକ୍ତି ପାଇପାରନ୍ତି । ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ । ରିଷ୍ଟ ଖଣ୍ଡନ ପାଇଁ ସୂର୍ଯ୍ୟାଷ୍ଟକ ପାଠ କରନ୍ତୁ ।

କନ୍ୟା: ରବିବାର ଓ ସୋମବାର ବନ୍ଧୁଙ୍କ ସହ ମତଭେଦ ଦେଖାଦେବ। ମଙ୍ଗଳବାର ଓ ବୁଧବାର ସୃଜନଶୀଳ ହେବେ । ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ସ୍ତ୍ରୀଙ୍କ ସହଯୋଗ ଲାଭ ହେବ । ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ । ରି​ଷ୍ଟ ଖଣ୍ଡନ ପାଇଁ ଶ୍ରୀଗଣେଶ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ ।

ତୁଳା: ରବିବାର ଓ ସୋମବାର ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ମାନସିକ ଅବସାଦ ଦେଖାଦେବ । ଶୁକ୍ରବାର ଓ ଶନିବାର କାର୍ଯ୍ୟ କ୍ଷେତ୍ରରେ ବାଧାବିଘ୍ନ ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ । ରି​ଷ୍ଟ ଖଣ୍ଡନ ପାଇଁ ଶ୍ରୀସୂକ୍ତ ପାଠ କରନ୍ତୁ ।

ବିଛା: ରବିବାର ଓ ସୋମବାର ପାରିବାରିକ ସମସ୍ୟା ଦେଖା ଦେବ । ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଅଟକିଥିବା କାର୍ଯ୍ୟ ସାମାନ୍ୟ ଚେଷ୍ଟାରେ ସମାପନ ହେବ । ଶୁକ୍ରବାର ଓ ଶନିବାର ବାକ୍‌ସଂଯମୀ ହୁଅନ୍ତୁ ।  ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ । ରି​ଷ୍ଟ ଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପାଠ କରନ୍ତୁ ।

ଧନୁ: ରବିବାର ଓ ସୋମବାର ଶ୍ରୀଯୁକ୍ତ ହେବେ । ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ବିପଦରେ ପଡ଼ିପାରନ୍ତି । ଶୁକ୍ରବାର ଓ ଶନିବାର ଦୂର ସ୍ଥାନକୁ ଯାତ୍ରା କରିବେ । ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ । ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଦୁର୍ଗାଙ୍କ ସହସ୍ରନାମ ପାଠ କରନ୍ତୁ।

ମକର; ରବିବାର ଓ ସୋମବାର ଯାନବାହନଜନିତ ସମସ୍ୟା ଦେଖା ଦେବ । ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ । ନୂତନ ନିଯୁକ୍ତି ମିଳିପାରେ । ଶୁକ୍ରବାର ଓ ଶନିବାର ଶାରୀରିକ ଅସୁସ୍ଥତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ପ୍ରତିକ୍ରିୟାଶୀଳ ହେବେ। ରି​ଷ୍ଟ ଖଣ୍ଡନ ପାଇଁ ଶ୍ରୀମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ।

କୁମ୍ଭ: ରବିବାର ଓ ସୋମବାର ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ମାନସିକ ଅବସାଦ ଦେଖାଦେବ । ଶୁକ୍ରବାର ଓ ଶନିବାର କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତ କରିବେ। ରି​ଷ୍ଟ ଖଣ୍ଡନ ପାଇଁ ଶ୍ରୀରୁଦ୍ରାଷ୍ଟକ ପାଠ କରନ୍ତୁ ।

ମୀନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ନୂତନ କାର୍ଯ୍ୟରେ ଯୋଗଦେବେ । ବୁଧବାର ଓ ଗୁରୁବାର କାର୍ଯ୍ୟରେ ପଦୋନ୍ନତି ମିଳିପା​‌ରେ । ଶୁକ୍ରବାର ଓ ଶନିବାର ଶତ୍ରୁ ଦ୍ବାରା ପରାସ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦିତ ହେବେ। ରି​ଷ୍ଟ ଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ ।

Comments are closed.