MEllora 950×100

ଶୁକ୍ରବାର ରାଶିଫଳ (୦୯/୧୨/୨୦୨୨)

ମେଷ :  ଈଶ୍ବରୀୟ ବିଭୂତିପ୍ରାପ୍ତ ହୋଇପାରନ୍ତି। ମନ ପ୍ରସନ୍ନ ରହିବା ଭାଷା ପରମ କଲ୍ୟାଣୀୟ ହେବ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ସାହସୀ ଓ ସମ୍ପତ୍ତିବାନ ହେବେ।

ବୃଷ : ଭାଗ୍ୟାକାଶ ଆପଣଙ୍କ ପାଇଁ ନିର୍ମଳ ରହିଛି। ସପତ୍ନୀକ ସୁଖୀ ହେବେ। ଧନାଗମର ମାର୍ଗ ଉନ୍ମୁକ୍ତ ରହିଛି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ବ୍ୟବସାୟ ଭଲରେ ଚାଲିବ।

ମିଥୁନ : ବିଭିନ୍ନ ସୂତ୍ରରୁ ଆୟର ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲି ମୋକଦ୍ଦମା ବିଚାରର ରାୟ ସପକ୍ଷରେ ଯିବ। ଅର୍ଥ ମିଳିବ। ବିଦ୍ବାନ ହେବେ। ଶାସ୍ତ୍ରଜ୍ଞ ଭାବେ ପରିଚୟ ସୃଷ୍ଟି କରିବ।

କର୍କଟ : କର୍ମଚଞ୍ଚଳ ରହିବେ। ଏକାନ୍ତରେ ଶୂନ୍ୟ ପୁରୁଷଙ୍କୁ ଉପାସନା କରି ଦିବ୍ୟଜ୍ଞାନ ପ୍ରାପ୍ତ ହୋଇପାରନ୍ତି। ଭାଷା ରସପୂର୍ଣ୍ଣ ଓ ବ୍ୟବହାର ପ୍ରୀତିପୂର୍ଣ୍ଣ ହୋଇପାରେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।

ସିଂହ : ସୁସ୍ଥ ଓ ନିରାମୟ ରହିବେ। ଯଶର ଅଧିକାରୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସୂତ୍ରରୁ ଅର୍ଥପ୍ରାପ୍ତି ସହିତ ଉଚ୍ଚସମ୍ମାନ ପ୍ରାପ୍ତ ହେବେ। ପତ୍ନୀ ସୁଶୀଳା ଓ ଆଦର୍ଶ ଗୃହିଣୀ ହୋଇପାରନ୍ତି।

କାନ୍ୟା :​‌ ଜ୍ଞାନାଲୋକରେ ଉଳ ଭବିଷ୍ୟତ ଗଠନ କରିପାରନ୍ତି। ଦୟାଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସ୍ନେହବୋଳା କଥାରେ ପରକୁ ଆପଣାର କରିପାରନ୍ତି। ପାରିବାରିକ ସ୍ନେହରେ ଗୃହକୁ ବୈକୁଣ୍ଠ ସମାନ କରିବେ।

ତୁଳା : ସ୍ବକର୍ମ ଭାଗ୍ୟନିୟନ୍ତା ହେବ। ଆଜି ଦିନଟି ଭୋଗ-ବିଳାସରେ କଟାଇପାରନ୍ତି। ଜୀବନ ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ ହେବେ। କାମୀ ନ ହୋଇ ପ୍ରେମୀ ହୋଇପାରନ୍ତି।

ବିଛା : ସ୍ବାଭିମାନୀ ହେବେ। ନିର୍ଭରଶୀଳ ନ ହୋଇ କର୍ମତତ୍ପର ରହିବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି। ସତର୍କ ରହିଲେ ବିପଦ ଟଳିଯିବ।

ଧନୁ : ସମ୍ବେଦନା ସହିତ ଯୋଡ଼ି ହୋଇ ସେବାର ସାର୍ଥକତା ଉପଲବ୍‌ଧି କରନ୍ତୁ। ଶାନ୍ତ ସ୍ବଭାବ ସମ୍ପନ୍ନ ହେବେ। ଧୈର୍ଯ୍ୟବାନ ହୋଇପାରନ୍ତି। ସାମୟିକ ଉତ୍ପନ୍ନ ଅହଂଭାବକୁ ସମର୍ପି ଦେଇପାରନ୍ତି। ସପତ୍ନୀକ ସୁଖୀ ହେବେ।

ମକର : ପ୍ରତ୍ୟେକ କ୍ଷେତ୍ରରେ ଭାଇମାନଙ୍କ ସାହାଯ୍ୟ, ସହଯୋଗ ପାଇବେ। କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି । ବାହ୍ୟ ଖର୍ଚ୍ଚକୁ ସୀମିତ କରି ସୁଖୀ ହେବେ। ଚାକିରିରେ ସୁନାମ ଅର୍ଜନ କରିବେ।

କୁମ୍ଭ : ଭାଷା ଅମୃତ ଆସ୍ପାଦନତୁଲ୍ୟ ହୋଇପାରେ । ବନ୍ଧୁ ସମ୍ପର୍କ ସକାଳର ସୂର୍ଯ୍ୟ ପରି ଉଳ ଆଲୋକ ଭାସ୍ବରିତ ହୋଇପାରେ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ଅବ୍ୟାହତ ରହିବ। ଆକସ୍ମିକ ଧନପ୍ରାପ୍ତିର ସୂଚନା ମିଳୁଛି। ତେଜସ୍ବୀ ହେବେ।

ମୀନ : ସତ୍ୟ ଧର୍ମପରାୟଣ ହେବେ। ଉଦାର ଚରିତ୍ରସମ୍ପନ୍ନ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। କୃଷିକର୍ମରେ ଦକ୍ଷତା ପ୍ରତିପାଦନ କରିବେ।

Comments are closed.