ଶନିବାର ରାଶିଫଳ (୦୯/୦୪/୨୦୨୨)

ମେଷ : ସ୍ବାସ୍ଥ୍ୟବାନ୍‌ ହେବେ। ଶାନ୍ତି ଓ ନିପୁଣ ହେବେ। ମେଧାବୀ ହୋଇପାରନ୍ତି। ଜିତେନ୍ଦ୍ରିୟ ହେବେ। ବିଦ୍ବାନ୍‌ ଓ ଦୟାଳୁ ସ୍ବଭାବର ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି।

ବୃଷ : ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ବୀ ହେବେ। ଧନଶାଳୀ ହୋଇପାରନ୍ତି। ସରକାରୀ ସ୍ତରରୁ ଧନ ପ୍ରାପ୍ତି ସହ ସମ୍ମାନିତ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ।

ମିଥୁନ :   ଉତ୍ତମ ବୁଦ୍ଧି ବିବେକ ସମ୍ପନ୍ନ ହେବେ। ଯାନବାହନ ସୁଖ ମିଳିବ। ଧନ ସହିତ ସରକାରୀ ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ପରୋପକାରୀ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ।

କର୍କଟ : ଧର୍ମାସକ୍ତ ହେବେ। ମତିମାନ୍‌ ହୋଇପାରନ୍ତି। ପୁତ୍ର, ମିତ୍ର ହେତୁକ ସୁଖ ଭୋଗୀ ହେବେ। ମାତୃବର୍ଗ ସହ ବିଷମ ଭାବାପନ୍ନ ହୋଇପାରନ୍ତି। ପରକୁ ଆପଣାର କରିବା ପାଇଁ ଅର୍ଥ ବ୍ୟୟ କରିବେ।

ସିଂହ : ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନଯୁକ୍ତ ହେବେ। ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି। ଭୋଗ ବିଳାସର ସୁଯୋଗ ଅଛି। ଅପାର ଗୁଣର ଅଧିକାରୀ ହେବେ। ପ୍ରସନ୍ନତା ଲାଭ କରିବେ।

କନ୍ୟା : ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଦୂଷଣମୁକ୍ତ ଗୃହରେ ବିରତି ସ୍ଥାପନ କରିବେ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ ଓ ବହୁବିଧ ଧନ ପ୍ରାପ୍ତ ହେବେ। ଗୁଣଜ୍ଞ ହୋଇପାରନ୍ତି। ପରିଶ୍ରମର ଲକ୍ଷ୍ୟ ନିଶ୍ଚୟ ମିଳିବ।

ତୁଳା : ଧନବାନ୍‌ ହେବେ। ମହିଳା ଗୋଷ୍ଠୀର ନେତୃତ୍ବ ନେଇ ଉନ୍ନୟନ କାର୍ଯ୍ୟରେ ସାମିଲ ହେବେ। ପରୋପକାରୀ ହେବେ। ବିଦ୍ବାନ୍‌ ଓ ଆଦରଣୀୟ ହେବେ। ଧନ ଓ ପୁତ୍ରାଦିଯୁକ୍ତ ହୋଇପାରନ୍ତି।

ବିଛା : ଶତ୍ରୁ ବିଜୟୀ ହେବେ। ସତ୍‌କ୍ରିୟାଯୁକ୍ତ ହେବେ। ସଦାସର୍ବଦା ସୁଶୀଳ ହେବେ। ତୀର୍ଥାଶ୍ରୟ ହୋଇପାରନ୍ତି। ଭୂରିଭୂରି ଯଶର ଅଧିକାରୀ ହେବେ। ପ୍ରତାପୀ ହେବେ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ।

ଧନୁ : ସତ୍‌ ପୁତ୍ର ବା ମିତ୍ର ଲାଭ କରିପାରନ୍ତି। ଗୁଣବାନ୍‌ ହେବେ। ସତ୍ୟ, ଶୌଚ ଓ ଦୟାବାନ୍‌ ହୋଇପାରନ୍ତି। ବାକ୍ୟ ବିନିମୟ ଭଦ୍ରୋଚିତ ହେବ। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। ଜନବଲ୍ଲଭ ହେବେ।

ମକର : ରାଜତୁଲ୍ୟ ହୋଇପାରନ୍ତି। ଦେଶାଦିର ଆଧିପତ୍ୟ ଲାଭକରି ପାରନ୍ତି। ପ୍ରିୟଭାଷୀ ହୋଇପାରନ୍ତି। ଧନ ଓ ବାହନଯୁକ୍ତ ହେବାର ସୂଚନା ମିଳୁଛି। ସୁବର୍ଣ୍ଣ ସମ୍ପଦ ମିଳିପାରେ। ବଳବାନ୍‌ ହେବେ।

କୁମ୍ଭ : ଜନାଦ୍ରୁତ ହେବେ। ଉତ୍ତମ କଥାକାର ହୋଇପାରନ୍ତି। ବାଞ୍ଛିତ କାର୍ଯ୍ୟକରି ପ୍ରଶଂସିତ ହେବେ। ସାହସୀ ହେବେ। ଲେଖନୀ ନିଃସୃତ ଭାବ, ଭକ୍ତି ଓ ଅମୃତମୟ ଲେଖା ଜନମାନସକୁ ଆକର୍ଷିତ କରିବ।

ମୀନ : ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ଦେବାଶ୍ରୟ ହେବେ। ଉତ୍ତମ ଗୁଣର ଅଧିକାରୀ ହେବେ। ବିତ୍ତବାନ୍‌ ହୋଇପାରନ୍ତି। ନାନା ସୁନ୍ଦର ଓ ମୂଲ୍ୟବାନ୍‌ ବସ୍ତୁ ଲାଭର ସୂଚନା ମିଳୁଛି। ବିଜ୍ଞ ଓ ଗୁଣଜ୍ଞ ହେବେ।

Comments are closed.