ଗୁରୁବାର ରାଶିଫଳ (୦୮/୧୨/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By Samaja Digital (AH) Last updated Dec 8, 2022 Share ମେଷ : ପୁରୁଷାର୍ଥ ତଥା ନିୟମିତ ଉଦ୍ଯୋଗ ଓ ଅଭ୍ୟାସ ଦ୍ବାରା ଉପୁଜିଥିବା ଆଳସ୍ୟ ରୂପକ ଶତ୍ରୁକୁ ପରାହତ କରି ପାରିବେ। ପତ୍ନୀଙ୍କର ବିରକ୍ତି ଭାବ ଆସିପାରେ। ଗୃହରେ ଶାନ୍ତି ଓ କାର୍ଯ୍ୟରେ ସଫଳ ହେବେ। ବୃଷ : ଗୁଣର ପ୍ରସାର ଘଟାଇବାକୁ ଉଦ୍ୟମ କରି ସଫଳତା ପାଇବା କଷ୍ଟସାଧ୍ୟ। ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ସ୍ବାଧୀନ ଚେତା ହୋଇପାରନ୍ତି। ସମ୍ମାନିତ ହେବେ। ଆନନ୍ଦିତ ହେବେ। ମିଥୁନ : କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ, ମାତ୍ର ବିଳମ୍ବରେ ପଥରୋଧର ସମ୍ମୁଖୀନ ହୋଇପାରନ୍ତି। କଠିନ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ବାଣିଜ୍ୟ କାରବାର ଲାଭଦାୟକ ହେବ। ମାନସିକ ଅଶାନ୍ତି ଦୂର ହେବ। କର୍କଟ : ପ୍ରିୟ ଲୋକଙ୍କ ଦର୍ଶନ ପାଇ ଖୁସି ହେବେ। ବାକ୍ୟପଟୁ ହେବେ। ବିଚକ୍ଷଣ ବୁଦ୍ଧିସମ୍ପନ୍ନ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। ବିବାଦରେ ବିଜୟୀ ହେବେ। ରୋଜଗାର ଆଶାନୁରୂପ ହେବ। ସମ୍ମାନ ମିଳିବ। ସିଂହ : ଶ୍ରେଷ୍ଠାସନରେ ଆସୀନ ହୋଇପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ସେବାକାର୍ଯ୍ୟ ପାଇଁ ଧନ୍ୟବାଦର ପାତ୍ର ହେବେ। ଅର୍ଥ ପ୍ରାପ୍ତ ହେବେ। କନ୍ୟା : ବିଦ୍ୟାରୂପକ ମହାଧନ ପ୍ରାପ୍ତିର ସୂଚନା ମିଳୁଛି। ସୁବକ୍ତା ଭାବେ ଖ୍ୟାତି ଅର୍ଜନ କରିପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପାରିବାରିକ ସମ୍ପର୍କ ପ୍ରୀତିପୂର୍ଣ୍ଣ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। Related Posts ଆଜିଠୁ ଅଧିବେଶନ , ପହିଲାରେ କେନ୍ଦ୍ର ବଜେଟ୍ Jan 31, 2023 ହତ୍ୟାର କାରଣ ଏବେ ବି ଅସ୍ପଷ୍ଟ Jan 31, 2023 ତୁଳା : ପର ଚର୍ଚ୍ଚା ବୁମେରାଂ ହୋଇପାରେ। ଚର୍ମ ଓ ଡିଅଁା ରୋଗ ପାଇଁ ସତର୍କତା ଏକାନ୍ତ ଆବଶ୍ୟକ। ଧନାଗମରେ ବାଧା ଉପୁଜିବା ସହିତ ଶାରୀରିକ ପୀଡ଼ା ଉପୁଜିପାରେ। ଅଦମ୍ୟ ଚେଷ୍ଟାରେ ବିଭବଯୁକ୍ତ ହେବେ। ବିଛା : ମନରେ ଆତୁର ଭାବ ଦେଖାଦେଇପାରେ। କାର୍ଯ୍ୟ କ୍ଷେତ୍ରରେ ମନେର ଭୟର ସଞ୍ଚାର ହୋଇପାରେ। ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ। ବ୍ୟବସାୟ ଲାଭଦାୟକ ହେବ। ସନ୍ମାର୍ଗୀ ହେବେ। ଧନୁ : କୌଣସି ମଙ୍ଗଳର ସୂଚନା ମିଳୁଛି। ଶତ୍ରୁମାନେ ଶତଚେଷ୍ଟା କଲେ ବି ଅନିଷ୍ଟ କରିପାରିବେ ନାହିଁ। ସୌଜନ୍ୟତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମକର : ବହୁ ସୁଖର ଅଧିକାରୀ ହୋଇପାରନ୍ତି। ଦ୍ବିଜ ଓ ଦେବମାନଙ୍କର ପରମ କଲ୍ୟାଣୀୟ ହୋଇପାରନ୍ତି। ସାଧୁ ପ୍ରଦତ୍ତ ଆଶୀର୍ବାଦ ଆପଣଙ୍କ ଉପରେ ରହିଛି। ମାନ୍ୟତାପ୍ରାପ୍ତ ହେବେ। ଆଲୋଚନା ଫଳପ୍ରଦ ହେବ। କୁମ୍ଭ : କ୍ଷମାଶୀଳ ହୋଇପାରନ୍ତି। କର୍ମରେ ଅଗ୍ରଗତି ଘଟିବ। ଚିନ୍ତାଧାରା ଉନ୍ନତ ମାନର ହେବ। ପୁଣ୍ୟବାନ୍ ହେବେ। ସୁଶୀଳ ହେବେ। ଶୁଦ୍ଧ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଜନବଲ୍ଲଭଭାବେ ପରିଗଣିତ ହେବେ। ମୀନ : କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଗୁରୁଜନଙ୍କଠାରେ ବିନୟାବନତ ହେବେ। ପତ୍ନୀଙ୍କ ଅଭୀଷ୍ଟ ସିଦ୍ଧି କରିବାରେ ପାରଙ୍ଗମ ହେବେ। ପୁତ୍ର ଲାଳସା ପରିପୂର୍ଣ୍ଣ ହୋଇପାରେ। Share FacebookTwitterWhatsApp
Comments are closed.