ସୋମବାର ରାଶିଫଳ (୦୮/୦୮/୨୦୨୨)

ମେଷ : ଆଶା ମରୁରେ ମରୀଚିକା ପରି ଛଳନାମୟୀ ହୋଇପାରେ। ଧୈର୍ଯ୍ୟ ଓ ସାହସର ସହିତ ବିପଦର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ନୀତିନିଷ୍ଠ ହେବେ।

ବୃଷ : ଚେତନାର ଉଳ ପ୍ରଦୀପ ହେବେ। ସେବା ଭାବରେ ତଲ୍ଲୀନ ହୋଇପାରନ୍ତି। ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। ଆହାର ସ୍ବାସ୍ଥ୍ୟପ୍ରଦ ହେବ।

ମିଥୁନ : ଶତ୍ରୁର ଅପଚେଷ୍ଟା ଆପଣଙ୍କୁ ବିଜୟୀ ହେବାର ସୁଯୋଗ ଦେଇଛି। ସ୍ବପରିଶ୍ରମରୁ ଲବ୍ଧ ଅର୍ଥରେ ଋଣ ପରିଶୋଧ କରି ଚିନ୍ତାମୁକ୍ତ ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହୋଇପାରନ୍ତି।

କର୍କଟ : ଆପଣଙ୍କ ରଚନା ଶୈଳୀ ପ୍ରାଣସ୍ପର୍ଶୀ ହୋଇପାରେ। ବିଦ୍ୟା ଅର୍ଜନ ପାଇଁ ବିବାଦୀୟ ପରିସ୍ଥିତି ଉପୁଜିପାରେ। ପ୍ରାଣପ୍ରିୟାଙ୍କ ମନସ୍କାମନା ପୂରଣ କରିବାରେ ପାରଙ୍ଗମ ହେବେ। କର୍ତ୍ତବ୍ୟନିଷ୍ଠା ପାଇଁ ସମ୍ମାନିତ ହେବେ।

ସିଂହ : ଆପଣଙ୍କ ନିର୍ମଳ ମନ ଓ ସୌନ୍ଦର୍ଯ୍ୟପ୍ରିୟ ଦୃଷ୍ଟିଭଙ୍ଗୀ ଚାରୁକଳା ସୃଷ୍ଟି ପାଇଁ ମାର୍ଗ ଉନ୍ମୁକ୍ତ ରଖିଛି। ଶ୍ରମ ସାର୍ଥକ ହେବ। କ୍ଷେତକୁ ସବୁଜମୟ କରିବାରେ ସିଦ୍ଧହସ୍ତ ହେବେ। ଭ୍ରାତୃପ୍ରେମ ସୌହାର୍ଦ୍ଦ୍ୟପୂର୍ଣ୍ଣ ହେବ।

କନ୍ୟା : ତ୍ୟାଗରୂପକ ଜୀବନ ଶୋଧନର ରାଜମାର୍ଗକୁ ଆଦରି ନେଇପାରନ୍ତି। ଉତ୍ତମ ବ୍ୟବହାର, ପରମ ଶୁଦ୍ଧ ରୀତି, ନୀତି ସମ୍ପନ୍ନ ହେବେ। ସତ୍ୟପ୍ରଜ୍ଞ ହୋଇଥିବାରୁ ରାଗ ଓ କ୍ରୋଧ ପାଣିର ଗାର ପରି ହେବ।

ତୁଳା : ଭାଗ୍ୟ ନିୟନ୍ତାଙ୍କ ଶରଣାଗତ ହେଲେ ଶୀଳଧନର ଅଧିକାରୀ ହେବେ। ଶାରୀରିକ ଶକ୍ତି ହ୍ରାସ ହେଲେ ବି, ପ୍ରାର୍ଥନା ଦ୍ବାରା ଅନ୍ତର୍ନିହିତ ଶକ୍ତି ସୁଦୃଢ଼ ରହିବ। ଶକ୍ତିର ଜୀବନ୍ତ ପ୍ରତିମୂର୍ତ୍ତି ପତ୍ନୀଙ୍କୁ ମର୍ଯ୍ୟାଦା ଦେବେ।

ବିଛା :  ଶ୍ରମ ଓ ନିଷ୍ଠାର ପୁରସ୍କାର ମିଳିବ। ଜନସାଧାରଣ ଓ ପ୍ରିୟାପ୍ରୀତି, ସ୍ନେହାସ୍ପଦମାନଙ୍କର ଶ୍ରଦ୍ଧାର ପାତ୍ର ହେବେ। ଧନାଗମ ଆଶାନୁରୂପ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ସୁସ୍ଥ ରହିବେ।

ଧନୁ : କିଛି ସମୟ ପାଇଁ ସାଧନାରେ ମୌନ ରହି ତପସାଧନାରେ ବ୍ରତୀ ବା ନିମଗ୍ନ ହୋଇପାରନ୍ତି। ବିଭୁଦତ୍ତ ପ୍ରତିଭା ସମ୍ପନ୍ନ ହେବେ। ଧର୍ମୀୟ ବିଚାରରେ ଉଦାର ସ୍ବଭାବର ହେବେ। ବ୍ୟୟଭାର ବୃଦ୍ଧି ହେବ।

ମକର : କର୍ମଯୋଗୀ ହୋଇପାରନ୍ତି। ନିଜେ ଖୁସି ରହିବା ସହିତ ଅନ୍ୟକୁ ଖୁସିରେ ରହିବାରେ ସହାୟକ ହେବେ। କାମୀ ନ ହୋଇ ପ୍ରେମୀ ହେଲେ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ଅନୁଦାନ ପ୍ରାପ୍ତିର ସୂଚନା ମିଳୁଛି।

କୁମ୍ଭ : ଜୀବନକୁ ସହଜଭାବେ ଗ୍ରହଣ କରିବାର ପ୍ରବୃତ୍ତି ଆପଣଙ୍କର ରହିଛି। ସାରସ୍ବତ ସାଧନାର ଅମୃତମୟ ସୃଷ୍ଟିକୁ ଲୋକଲୋଚନକୁ ଆଣିପାରନ୍ତି। ମାତୃଦେବୋ ଭାବ ପରିବର୍ତ୍ତେ ଦରିଦ୍ର ଦେବୋ ଭବ ପ୍ରତି ଧ୍ୟାନ ଦେବେ।

ମୀନ : ଭାଗ୍ୟଲକ୍ଷ୍ମୀଙ୍କ ଆଶ୍ରିତ ହୋଇପାରନ୍ତି। ନାରୀମାନେ ଅସହାୟା ଓ ପରମୁଖାପେକ୍ଷୀ ବୋଲି ନ ଭାବି; ତାଙ୍କର ସହାୟତା କରିବେ। ନିଜ ଜୀବନକୁ ସୁଖସମୃଦ୍ଧିପୂର୍ଣ୍ଣ କରିପାରନ୍ତି। ପତ୍ନୀଙ୍କ ଉପଦେଶ ମାନିବେ।

Comments are closed.