ଶୁକ୍ରବାର ରାଶିଫଳ (୦୭/୧୦/୨୦୨୨)

ମେଷ : ଜ୍ଞାନ ଅର୍ଜନ ପାଇଁ ତତ୍ପର ହୋଇପାରନ୍ତି। ସତ୍ୟ ପ୍ରତିଜ୍ଞ ହେବେ। ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ। କାର୍ଯ୍ୟରେ ସଫଳତା ମିଳିବ।

ବୃଷ : ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବ। ସୁଖସମ୍ମାନ ଲାଭ କରିପାରନ୍ତି। ସରକାରୀ ଅର୍ଥ ମିଳିପାରେ। କୀର୍ତ୍ତିମାନ୍‌ ହେବେ।

ମିଥୁନ : ଭାଗ୍ୟ ଡୋରି ନିଜ ହାତରେ ରହିବ। ଚେତନାର ଉଳ ପ୍ରଦୀପ ହୋଇପାରନ୍ତି। କ୍ଷମତାସୀନ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଦ୍ବନ୍ଦ୍ବରେ ବିଜେତା ହେବେ।

କର୍କଟ : ହାତେ ମାପି ମାତ୍ର ଚାଖଣ୍ଡେ ଚାଲିବାକୁ ପଡ଼ିବ। ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ମୁକାବିଲା କରିପାରନ୍ତି। ଅନ୍ୟ ପ୍ରତି କଠୋର ଓ ନିଜ ପ୍ରତି କୋମଳ ମନୋଭାବର ହୋଇପାରନ୍ତି। ସତର୍କରେ ଚଳିବାକୁ ପଡ଼ିବ।

ସିଂହ : ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରିପାରନ୍ତି। ସମ୍ୟକ ତତ୍ତ୍ବଦର୍ଶୀ ହୋଇପାରନ୍ତି। ଶତ୍ରୁମାନେ କେବଳ ସମାଲୋଚକ ହେବେ। ଭାଷା ପରମ କଲ୍ୟାଣୀୟ ହେବ। ସେବା ପାଇଁ ଜୀବନ ଉତ୍ସର୍ଗୀକୃତ ହୋଇପାରେ।

କନ୍ୟା : ପୁଣ୍ୟବାନ ଓ ସୁବିମଳ ଯଶର ଅଧିକାରୀ ହୋଇପାରନ୍ତି। ପୁଣ୍ୟକର୍ମ ପାଇଁ ମରେ ଉପୁଜିଥିବା ଅହଂକାରକୁ ବିସର୍ଜନ ଦେଇପାରନ୍ତି। ଋଣ ପରିଶୋଧର ଭାବନା ମନରେ ଜାଗ୍ରତ ହୋଇପାରେ। ଜୀବନ ସମର୍ପିତ ହେବ।

ତୁଳା : ପଢ଼ାଲେଖାରେ ପ୍ରତିଯୋଗୀ ମନୋବୃତ୍ତିର ହୋଇପାରନ୍ତି। ଭାମିନୀଙ୍କ ସ୍ନେହ ବନ୍ଧନରୁ ଖସିଯାଇ ପାରିବେ ନାହିଁ। କୃଷି କ୍ଷେତକୁ ତ୍ବରାନ୍ବିତ କରି ଆତ୍ମସନ୍ତୋଷ ଲାଭ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ବିଛା : ଅମଳ, କମଳ, ଚରଣ ତଳକୁ ଆଶ୍ରା କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରନ୍ତି। ସ୍ନେହ, କରୁଣାର ବଶ ହୋଇ ଉଦାର ସ୍ବଭାବ ସମ୍ପନ୍ନ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ପ୍ରବାହିତ ହେବ।

ଧନୁ : ଆଧ୍ୟାତ୍ମିକ ଯିଜ୍ଞାସା ପରିପୂର୍ଣ୍ଣ ହୋଇପାରେ। କର୍ତ୍ତବ୍ୟନିଷ୍ଠା ଆପଣଙ୍କୁ ମହାନ୍‌ କରି ଗଢ଼ିତୋଳିବ। ଅଭିମାନୀ ଓ ପ୍ରୟାସୀ ହୋଇପାରନ୍ତି। କାର୍ଯ୍ୟ ଦକ୍ଷତା ଯୋଗୁଁ ପ୍ରଶଂସାର ପାତ୍ର ହେବେ। ସର୍ବତ୍ର ବିଜୟୀ ହେବେ।

ମକର : ଭାଗ୍ୟଶାଳୀ ହୋଇପାରନ୍ତି। ସତ୍‌ସଙ୍ଗରୁ ମିଳିବ ଶାନ୍ତି ଓ ପରମ ଆନନ୍ଦ। ବାଣିଜ୍ୟ କାରବାରରୁ ଅର୍ଥାଗମର ସୂଚନା ମିଳୁଛି। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ଦୈବୀବଳରେ ବଳୀୟାନ ହେବେ।

କୁମ୍ଭ : ଆତ୍ମଶକ୍ତିକୁ ଜାଗ୍ରତ ରଖି ତା ଉପରେ ବିଶ୍ବାସ ରଖିବାକୁ ପଡ଼ିବ। ଶ୍ରୀଚନ୍ଦ୍ରର ସୁଯୋଗ ହାତଛଡ଼ା ନ କରିବା ଭଲ। ବ୍ରହ୍ମବାଦୀ ହୋଇପାରନ୍ତି। ଆପଣଙ୍କ କୀର୍ତ୍ତିର ସୀମା ନିୟନ୍ତ୍ରଣ ବାହାରେ ରହିବ।

ମୀନ : ବିତ୍ତଶାଳୀ ହୋଇପାରନ୍ତି। ବିଦ୍ୟା ଅର୍ଜନ କରି ତା’ର ବିତରଣ ଦ୍ବାରା ଗୁରୁ ପଦବାଚ୍ୟ ହୋଇପାରନ୍ତି। ସ୍ବତନ୍ତ୍ର ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଦିନଟି ଶିବମୟ ହୋଇପାରେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ।

Comments are closed.