ସୋମବାର ରାଶିଫଳ (୦୬.୦୭.୨୦୨୦)

ମେଷ: ଯାତ୍ରା ଶୁଭଦାୟକ ହେବ। କର୍ମ ଚଞ୍ଚଳ ରହିବେ। ଚେଷ୍ଟାରେ ସଫଳ ହେବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପଦୋନ୍ନତି ମିଳିପାରେ। ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ। ଶାସ୍ତ୍ର ଜ୍ଞାନୀ, ଦେବଦ୍ବିଜ ପରାୟଣ ହେବେ।

ବୃଷ: ସେବା ମନୋଭାବ ଗ୍ରହଣ କରିପାରନ୍ତି। ଧନବାନ୍‌ ହେବେ। ମହିଳାମାନଙ୍କ ଉନ୍ନତି ପାଇଁ ଧ୍ୟାନ ଦେବେ। ଦାନ-ଧର୍ମକୁ ଜୀବନର ବ୍ରତ ଭାବେ ବିବେଚନା କରିପାରନ୍ତି। ସନ୍ମାର୍ଗୀ ହେବେ। ପୁତ୍ର ସୁଖ ପାଇବେ। ଧନାଢ଼୍ୟ ହୋଇପାରନ୍ତି।

ମିଥୁନ: କାର୍ଯ୍ୟ ସମ୍ପାଦନ କରିବାରେ ବିଶେଷ ଆଗ୍ରହୀ ହେବେ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବର ହୋଇପାରନ୍ତି। ମନ୍ତ୍ରଣାଦାତା ହେବେ। ଅଷ୍ଟମ ଚନ୍ଦ୍ର ଓ ଘାତ ଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।

କର୍କଟ: ଯୋଗାଯୋଗରେ ଶୁଭଫଳ ମିଳିବ। କ୍ରୋଧ ସମ୍ବରଣ କଲେ ଲୋକପ୍ରିୟ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୁରୁକୃପାଲାଭ କରିବେ। କାର୍ଯ୍ୟରେ ସଫଳତା ମିଳିବ। ପାରିବାରିକ ସୁଖ ମିଳିବ। ବିବାହ ବିଳମ୍ବିତ ହେବ।

ସିଂହ: ଉତ୍ତମ ମିତ୍ରର ସାନ୍ନିଧ୍ୟ ପାଇପାରନ୍ତି। ପୁତ୍ର ଲାଭର ସୂଚନା ମିଳୁଛି। ମନ୍ତ୍ର-ଶାସ୍ତ୍ରାଦି ଆୟତ୍ତ କରିପାରନ୍ତି। ବାକ୍‌ ପଟୁ ହେବେ। ଧନଯୁକ୍ତ ହେବେ। ଯାନବାହନ ସୁଖ ମିଳିବ। ଅଜାତ ଶତ୍ରୁ ହେବେ। ବାଣିଜ୍ୟ କାରବାର ଲାଭଜନକ ହେବ। ଲୋକପ୍ରିୟ ହେବେ।

କନ୍ୟା: ଭାବିଚିନ୍ତି କାର୍ଯ୍ୟ ନ କଲେ ଅସୁବିଧାରେ ପଡ଼ି ପାରନ୍ତି। ଚିନ୍ତିତ ହେବେ। ମନରେ ଅଶାନ୍ତି ସୃଷ୍ଟି ହେବ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରି ଲୋକପ୍ରିୟତା ଅର୍ଜନ କରିବେ। ସତ୍‌ମାର୍ଗରେ ପରିଚାଳିତ ହେବେ।

ତୁଳା: ଯୋଗାଯୋଗରେ ତ୍ରୁଟି ରହିଯାଇପାରେ। କଳହଠାରୁ ଦୂରେଇ ରହିବାକୁ ପଡ଼ିବ। କାର୍ଯ୍ୟରେ ସିଦ୍ଧିପ୍ରାପ୍ତ ହେବେ। ମାନସିକ ଶାନ୍ତି ମିଳିବ। ଅଗ୍ନିମାନ୍ଦ୍ୟରେ ପୀଡ଼ିତ ହୋଇପାରନ୍ତି। ଶ୍ରେଷ୍ଠ ମାନ୍ୟତା ମିଳିପାରେ। ଶତ୍ରୁନାଶ କରି ସନ୍ତୁଷ୍ଟ ହେବେ।

ବିଛା: ଖର୍ଚ୍ଚାନ୍ତ ହୋଇପାରନ୍ତି। ଉଚ୍ଚ ସମ୍ମାନ ଲାଭ କରିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଶାନ୍ତି ପାଇବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ସାଧୁସେବାରେ ବ୍ରତୀ ହେବେ। ମିତ୍ରଙ୍କ ସହାୟତା ମିଳିବ।

ଧନୁ: ବହୁ ଶୁଭଫଳର ଅଧିକାରୀ ହେବେ। ଶାସ୍ତ୍ରପଟୁ ହେବେ। ରାଜ ପୂଜିତ ହେବେ। ସାଧନାରେ ସିଦ୍ଧି ଲାଭ କରିବେ। ଶତ୍ରୁଘାତୀ ହୋଇପାରନ୍ତି। କରିତ୍‌କର୍ମା ହେବେ।

ମକର: ସମସ୍ୟା ବୃଦ୍ଧି ହୋଇପାରେ। ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ କରିପାରନ୍ତି। ପ୍ରଭାବ ବିସ୍ତାର କରିବେ। ପରଧନ ଉପରେ ଦୃଷ୍ଟି ପକାଇ ପାରନ୍ତି। ବିବାଦର ସମ୍ମୁଖୀନ ହେବେ। ଆୟ ଠିକ୍‌ ହେବ । ଉତ୍ତମ ଭୋଜନ ମିଳିବ।

କୁମ୍ଭ: ନିର୍ଭୀକ ହେବେ। ସ୍ବକୃତ କାର୍ଯ୍ୟ ପାଇଁ ଆତ୍ମ ସନ୍ତୋଷ ଲାଭ କରିବେ। ପାରିବାରିକ ସୁଖ ମିଳିବ। ଶତ୍ରୁ ନାଶ କରି ଆଶ୍ବସ୍ତ ହେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି। ଧନାଗମର ସୂଚନା ମିଳୁଛି। ସରକାରୀ ଅର୍ଥ ମିଳିପାରେ। ଖର୍ଚ୍ଚାନ୍ତ ହେବେ।

ମୀନ: ଆଗକୁ ମାଡ଼ି ଚାଲିବାର ସମୟ ଉପସ୍ଥିତ। ଉଚ୍ଚାଭିଳାଷୀ ଓ ସୌଭାଗ୍ୟଯୁକ୍ତ ହେବେ। କର୍ମତତ୍ପରତା ପ୍ରକାଶ ପାଇବ। ସୁସ୍ଥ ରହିବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମିଷ୍ଟାନ୍ନ ଭୋଜନ ମିଳିବ। ଯଶସ୍ବୀ ହେବେ। ଶତ୍ରୁ ବିଜୟୀ ଓ ଦାନୀ ହେବେ।

Comments are closed.