ମଙ୍ଗଳବାର ରାଶିଫଳ(୦୫/୦୫/୨୦୨୦) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By Amulya Last updated May 5, 2020 Share ମେଷ: ଆଜି ଆପଣଙ୍କ ଶୁଭଯାତ୍ରା ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରେ। କ୍ରୋଧ ସମ୍ବରଣ କଲେ ବହୁ ଶୁଭଫଳ ପ୍ରାପ୍ତି ହେବେ। ବଦଖର୍ଚ୍ଚୀ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ଚାକିରିରେ ପ୍ରଶଂସା ମିଳିବ। ବୃଷ: ଚଞ୍ଚଳମନା ହେବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରି ଫଳ ସପକ୍ଷରେ ଯାଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭର ସୂଚନା ମିଳୁଛି। ମିଥୁନ: ଉଦାର ସ୍ବଭାବର ହେବେ। ଦାନ-ଧର୍ମକୁ ଶ୍ରେୟ ମଣି ପାରନ୍ତି। ବ୍ୟକ୍ତିବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। କୃଷିକର୍ମକାରୀ ହେବେ। ପ୍ରେମୀ ଓ ବୁଦ୍ଧିମାନ ହୋଇପାରନ୍ତି। କର୍କଟ: ସୁଖ ସନ୍ତୋଷ ଲାଭ କରିପାରନ୍ତି। ମନ ପ୍ରସନ୍ନ ରହିବ। ଧର୍ମପରାୟଣ ହେବେ। ଅମାୟିକ ବ୍ୟବହାର ଓ ମଧୁରଭାଷା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କଠାରୁ ଆଦର, ସମ୍ମାନ ମିଳିପାରେ। ସିଂହ: ଶ୍ରମ ସାର୍ଥକ ହେବ। ପରମ ଭାଗ୍ୟଶାଳୀ ହେବେ। ମଧୁରଭାଷୀ ହେବେ। ସହନଶୀଳ ହୋଇପାରନ୍ତି। ଶାନ୍ତିପ୍ରିୟ, ଉଦାର ଓ ବିଦ୍ୟାପ୍ରେମୀ ହେବେ। ମିତ୍ରମାନଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ବ୍ୟବସାୟ ଭଲରେ ଚାଲିବ। କନ୍ୟା: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟର ମାର୍ଗ ଉନ୍ମୁକ୍ତ ରହିବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନ ଲାଭ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ। ଶାସ୍ତ୍ରଜ୍ଞ ହେବେ। Related Posts ସରିଲା ବାହାଘର, ଶାଶୁଘର ନୁହେଁ ମଶାଣିକୁ ଗଲା… Mar 5, 2021 ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ; ସେବା ଓ… Mar 5, 2021 ତୁଳା: ଚଞ୍ଚଳ ସ୍ୱଭାବର ହୋଇପାରନ୍ତି। ଏକାନ୍ତରେ ସମୟ କଟାଇବାକୁ ଇଚ୍ଛା କରିବେ। ଆଖିରେ ସାମାନ୍ୟ ଯନ୍ତ୍ରଣା ଦେଖାଦେଇ ପାରେ। କଥନଶୈଳୀରେ ବ୍ୟକ୍ତିତ୍ୱର ବିକାଶ ଘଟାଇ ପାରନ୍ତି। ଶୁଭକାର୍ଯ୍ୟରେ ଖର୍ଚ୍ଚାନ୍ତ ହେବେ। ରାଜଯୋଗ ଭୋଗ କରିପାରନ୍ତି। ବିଛା: ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳମନା ହେବେ। ସରକାରୀ ସ୍ତରରୁ ଧନ ପ୍ରାପ୍ତି ସହ ସମ୍ମାନିତ ହେବେ। ସନ୍ତାନମାନେ ଗୁଣୀ ହେବେ। ତନ୍ତ୍ର-ମନ୍ତ୍ରାଦି ଜ୍ୟୋତିଷ ଶାସ୍ତ୍ର ପ୍ରତି ରୁଚି ରହିବ। ଧନୁ: କାର୍ଯ୍ୟରେ ସଫଳତା ଲାଭ କରିବେ। କୁଳ ଉଦ୍ଧାରକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିବେ। ପରିବାର ପ୍ରତି ସ୍ନେହ ଭାବ ରହିବ। ମକର: ଆଳସ୍ୟ ପରାୟଣ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ସମୟ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବହୁ ସୁଖର ଅଧିକାରୀ ହେବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍ ଓ ସମ୍ପତ୍ତିବାନ୍ ହେବେ। କୁମ୍ଭ: ପ୍ରତିହିଂସାପରାୟଣ ହୋଇପାରନ୍ତି। ଯେସାକୁ ତେସା ନୀତି ପ୍ରୟୋଗ କରିବାକୁ ବାଧ୍ୟ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଗି-ରଖି ଚଳିବାକୁ ପଡ଼ିବ। ମନ ପ୍ରଫୁଲ୍ଲ ରହିବ। ମୀନ: ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ବ୍ୟବସାୟରେ ଲାଭବାନ୍ ହେବେ। ସମାଜ ସେବାରେ ନିଜକୁ ନିୟୋଜିତ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ନିଜକାର୍ଯ୍ୟ ପାଇଁ ଗର୍ବିତ ହେବେ। ପତ୍ନୀ ପରାମର୍ଶ ଆପଣଙ୍କୁ ପତନରୁ ରକ୍ଷା କରିବ। Share FacebookTwitterWhatsApp