ସୋମବାର ରାଶିଫଳ (୦୫/୦୪/୨୦୨୧)

ମେଷ: ପଡୋଶୀଙ୍କ ସହିତ ସଦ୍ଭାବନାର ସହ ଚଳିବାକୁ ପଡ଼ିବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି।
ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବେ। ଶାସ୍ତ୍ରାନୁରକ୍ତ ହେବେ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ବ୍ରହ୍ମ କଲ୍ୟାଣ ମିଳିବ।
ମିଥୁନ: ଜନ ସଂପର୍କ ବୃଦ୍ଧି ହେବ। ଅର୍ଥାଭାବ ଦେଖା ଦେଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଭ୍ରମଣ ବ୍ୟର୍ଥ ହୋଇପାରେ। ଉତ୍ତମ ପରାମର୍ଶଦାତା ହେବେ। ଶାସ୍ତ୍ରଜ୍ଞ ହୋଇପାରନ୍ତି। ଦେବ, ଦ୍ୱିଜ ପରାୟଣ ହେବେ।
କର୍କଟ: ଧୈର୍ଯ୍ୟବାନ୍ ହେବେ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।
ସିଂହ: ବନ୍ଧୁ ସହାୟତା ପାଇ ଶକ୍ତି ବୃଦ୍ଧି କରିପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରିପାରନ୍ତି।
କନ୍ୟା: ଅଧ୍ୟାପନା ପାଇଁ ପ୍ରସ୍ତୁତି ସ୍ୱରୂପ ଅଧ୍ୟୟନରତ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭଖବର ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମନ ପ୍ରସନ୍ନ ରହିବ। ବ୍ୟବସାୟର ପ୍ରଚୁର ଲାଭ ମିଳିବ। ସାହସୀ ଓ ଜ୍ଞାନୀ ହେବେ।
Related Posts
Comments are closed.