ରବିବାର ରାଶିଫଳ (୩୧/୦୧/୨୦୨୧) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By ସମାଜ ଡେସ୍କ Last updated Jan 31, 2021 Share ମେଷ: ଅର୍ଥର ତ୍ରିଧାରା ଆପଣଙ୍କ ଭଣ୍ଡାର ପରିପୂର୍ଣ୍ଣ କରିପାରେ। ୧- ଆକସ୍ମିକ ଧନଲାଭ, ୨- ବ୍ୟବସାୟରୁ ପ୍ରଚୁର ଲାଭ। ୩- ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବହିବ। ତନ୍ତ୍ର ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହୀ ହେବେ। ଧାର୍ମିକ ଓ ତେଜସ୍ବୀ ହେବେ। ବୃଷ: ଉଦାର ପ୍ରକୃତିର ହୋଇପାରନ୍ତି। ଦାନ ଧର୍ମକୁ ଶ୍ରେୟ ମଣିବେ। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ବର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କୃଷିକ୍ଷେତ୍ର ଲାଭଦାୟକ ହେବ। ପ୍ରେମୀ ଓ ବୁଦ୍ଧିମାନ୍ ହେବେ। ମିଥୁନ: ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ମଧୁରଭାଷା ବ୍ୟବହାର ଯୋଗୁଁ ଲୋକଙ୍କ ଆଦରଣୀୟ ହେବେ। ମେଳାପୀ ପ୍ରକୃତିର ହେବେ। ଥଣ୍ଡା କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ପ୍ରେମୀ ହେବେ। ସାହସୀ ହୋଇପାରନ୍ତି। କର୍କଟ: ପରମ ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହୋଇପାରନ୍ତି। ବିଦ୍ୟାଭ୍ୟାସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ବ୍ୟବସାୟରୁ ଅଧିକ ଧନ ଅର୍ଜନ କରିପାରନ୍ତି। ମିତ୍ର ସୁଖ ଲାଭ କରିବେ। ସିଂହ: ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଐଶ୍ବର୍ଯ୍ୟଯୁକ୍ତ ହେବେ। ରୋଜଗାର ଆଶାନୁରୂପ ହେବ। ଧନ ସମ୍ପଦ ଭରପୁର ରହିବ। ଚକ୍ଷୁପୀଡ଼ା ଭୋଗ କରିବେ। କନ୍ୟା: କଫଜନିତ ସାମୟିକ କଷ୍ଟ ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବ। ମଧୁରଭାଷୀ ହୋଇପାରନ୍ତି। ଶତ୍ରୁ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ। ଖର୍ଚ୍ଚ ପରିମାଣ ଆଶାତୀତ ବୃଦ୍ଧି ପାଇପାରେ। ମହିଳାମାନଙ୍କର ସାହାଯ୍ୟକାରୀ ହୋଇପାରନ୍ତି। ଜ୍ଞାନୀ ହେବେ। Related Posts ଉତ୍ତପ୍ତ ଓଡ଼ିଶା : ପାନୀୟ ଜଳ ସଙ୍କଟର ସମାଧାନ… Mar 2, 2021 ଅଂଶୁଘାତ ରୋଗୀଙ୍କ ପାଇଁ ୧୦ ଶଯ୍ୟା Mar 2, 2021 ତୁଳା: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଯଶ ଅର୍ଜନ କରି ନିଜର ମହାନତା ପ୍ରତିପାଦନ କରିପାରନ୍ତି। ଲୋକପ୍ରିୟ ହେବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ତନ୍ତ୍ର-ମନ୍ତ୍ର ଓ ଜ୍ୟୋତିଷ ବିଦ୍ୟାରେ ଆଗ୍ରହୀ ହେବେ। ବିଛା: କୁଳ ପ୍ରଦୀପ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ନିଜ ପରିବାର ପ୍ରତି ସ୍ନେହ ସଦିଚ୍ଛା ଭାବ ରହିବ। ଧନୁ: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ବିଳାସରେ ଦିନଟି ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମକର: ଈର୍ଷା ପରାୟଣ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସର୍ଦ୍ଦି ଥଣ୍ଡାରେ ଆକ୍ରାନ୍ତ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ମିତ୍ରମାନେ କରଛଡ଼ା ଦେବେ। ଉଚ୍ଚସ୍ଥାନ ଆରୋହଣ ନିଷେଧ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ। କୁମ୍ଭ: ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହୋଇପାରେ। ସେବା ପାଇଁ ନିଜକୁ ଉତ୍ସର୍ଗ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହେବେ। ଦାନ ଧର୍ମକୁ ଶ୍ରେଷ୍ଠ ଧର୍ମ ଭାବେ ଆଦରି ନେଇପାରନ୍ତି। ମୀନ: ବଦଖର୍ଚ୍ଚି ହୋଇପାରନ୍ତି। ଚକ୍ଷୁରେ ସାମୟିକ ଭାବେ ପୀଡ଼ା ଅନୁଭବ କରିବେ। ଭାଇମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଅତୁଟ ରହିବ। ସୁସ୍ଥ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ। Horoscope 31st jan 2021odia news Share FacebookTwitterWhatsApp