ବୁଧବାର ରାଶିଫଳ (୩୦/୧୧/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By Samaja Digital (AH) Last updated Nov 30, 2022 Share ମେଷ : ଜ୍ଞାନଗରିମା ସମ୍ପନ୍ନ ହୋଇପାରନ୍ତି। ସତ୍କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରି କି ରାଜ ଦରବାରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ବୃଷ : କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। କୀର୍ତ୍ତିମାନ୍ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ମିଥୁନ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ମିଳିଥିବା କ୍ଷମତାର ସଦୁପଯୋଗ କରି ଲୋକପ୍ରିୟତା ଅର୍ଜନ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଧନାଗମ ହେବ। କର୍କଟ : କାର୍ଯ୍ୟ ବିଘ୍ନ ବହୁଳ ହୋଇପାରେ। ଆପଣଙ୍କ ଅସୁସ୍ଥତାର ସୁଯୋଗ ନେଇ ପ୍ରତିଯୋଗୀ ବାଜି ଜିତିପାରେ। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବାକୁ ପଡ଼ିବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ହେବେ। ସିଂହ : ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ଆପଣଙ୍କ ପାଇଁ ସୁଖବୋଧ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ସ୍ନେହୀ ବ୍ୟକ୍ତିଭାବେ ସମସ୍ତଙ୍କର ଆଦରଣୀୟ ହେବେ। କର୍ମବୀର ହେବେ। କନ୍ୟା : ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିପାରନ୍ତି। ଋଣ ପରିଶୋଧ କରିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିଭିନ୍ନ ସୂତ୍ରରୁ ଧନାଗମ ହେବ। Related Posts ଶୁକ୍ରବାର ରାଶିଫଳ(୦୩.୦୨.୨୦୨୩) Feb 3, 2023 ଅଯୋଧ୍ୟାରେ ନେପାଳ ଶାଳଗ୍ରାମ ; ଶ୍ରଦ୍ଧାଳୁଙ୍କ… Feb 3, 2023 ତୁଳା : ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଭଲରେ ଚାଲିବ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ ହୋଇପାରେ। ବିଛା : ପରିଶ୍ରମ ଅତ୍ୟନ୍ତ କଷ୍ଟଦାୟକ ହୋଇପାରେ, ମାତ୍ର ତା’ର ମୂଲ୍ୟ ମିଳିବ। ଉପୁଜିଥିବା ଭୁଲ ବୁଝାମଣାକୁ ନିଜ ଚାତୁର୍ଯ୍ୟ ବଳରେ ଦୂର କରିପାରନ୍ତି। ସହକାରୀ ଓ ସହଯୋଗୀମାନଙ୍କର ପ୍ରିୟପାତ୍ର ହେବେ। ଧନୁ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଦେବଦର୍ଶନରେ ସମସ୍ତ ଦୁଶ୍ଚିନ୍ତାର ଅବସାନ ଘଟିବ ା ସରକାରୀ ସ୍ତରରୁ ଲାଭ ଉଠାଇପାରନ୍ତି। କାର୍ଯ୍ୟଧାରା ଉନ୍ନତ ମାନର ହେବ। ଜନ ସମର୍ଥନ ମିଳିବ। ମକର : ତ୍ୟାଗପୂତ ମନୋବୃତ୍ତିର ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ଚଞ୍ଚଳମନା ହେବେ। ଦୃଷ୍ଟ ଚିତ୍ତ ଓ ସୁଖୀ ହେବେ। କୀର୍ତ୍ତିମାନ ହୋଇପାରନ୍ତି। ମନ ପ୍ରଫୁଲ୍ଲ ରହିବ। ସହିଷ୍ଣୁ ହେବେ। କୁମ୍ଭ : ଆୟ ଆଶାନୁରୂପ ହେବ। ସ୍ବାସ୍ଥ୍ୟ ଚାହୁଁଥିଲେ ଆହାର ସୁଧାର ହେବ। ସୁସ୍ଥ ରହିବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତ ମାନର ହେବ। ନୂଆ ବନ୍ଧୁମେଳରେ ପ୍ରୀତିପୂର୍ଣ୍ଣ ମୁହୂର୍ତ୍ତ ବିତାଇ ପାରନ୍ତି। ମୀନ : ଅଯଥା ବିତର୍କରେ ଭାଗ ନ ନେଇ ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। କାର୍ଯ୍ୟରେ କେହି ବିଘ୍ନ ଉପୁଜାଇବାକୁ ଉଦ୍ୟମ କରିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ମିଶ୍ରିତ ଫଳ ମିଳିବ। Share FacebookTwitterWhatsApp
Comments are closed.