ଗୁରୁବାର ରାଶିଫଳ (୩୦/୧୨/୨୦୨୧)

ମେଷ : ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ କରିପାରନ୍ତି। ଉତ୍ତମ ଭୋଜନ ମିଳିବ। ପତ୍ନୀ ଧନ ଲୋଭୀ ହେବେ।

ବୃଷ : ମିତ୍ରଙ୍କ ସହାୟତା ପାଇ ଶତ୍ରୁ ବିନାଶ କରିପାରନ୍ତି। ମନରେ ସ୍ଥିରତା ଆସିବ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଗୃହପାଳିତ ପଶୁମାନଙ୍କ ପାଇଁ ପଡ଼ୋଶୀଙ୍କ ସହ ବୈରୀଭାବ ଉଦ୍ରେକ ହେବ। ଋଣ ପରିଶୋଧ କରିବେ।

ମିଥୁନ : ସନ୍ତାନମାନେ ସୁଶିକ୍ଷିତ ହେବେ। ସ୍ବଧର୍ମାନୁରକ୍ତ ହୋଇପାରନ୍ତି। ସତ୍‌ଚରିତ୍ରଯୁକ୍ତ ଓ ତେଜୀୟାନ ହେବେ। ଅଧ୍ୟୟନରତ ହୋଇପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କର୍କଟ : ଜଳଜାତ ଦ୍ରବ୍ୟରୁ ଧନ ପ୍ରାପ୍ତ ହେବେ। ଭୂମି, ଗୃହାଦି ସମ୍ପତ୍ତି ଭୋଗ କରିପାରନ୍ତି। କୂପ ଖନନ କରି ଯଶସ୍ବୀ ହେବେ। କୃଷି କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଯାନବାହନ ସୁଖ ମିଳିବ।

ସିଂହ : ପର ବିତ୍ତରେ ଧନୀ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଠାକୁରଙ୍କ ଦର୍ଶନ ପାଇ ଆତ୍ମତୃପ୍ତି ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ମିଳିବ।

କନ୍ୟା : ସରକାରୀ ସୂତ୍ରରୁ ଧନ ପ୍ରାପ୍ତ ହେ​‌େ​‌ବ। ସୁବର୍ଣ୍ଣ, ମଣି, ମୁକ୍ତା, ରତ୍ନାଦି ବ୍ୟବସାୟ ଲାଭଜନକ ହେବ। ନିଃସ୍ବାର୍ଥପର ହେବେ। ଅଳ୍ପକେ ସନ୍ତୁଷ୍ଟ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ସହିଷ୍ଣୁ ଓ ଅତି ସୁଖୀ ହେବେ।

ତୁଳା : ଚିତ୍ର ବିଦ୍ୟା ପାରଦର୍ଶୀ ହୋଇପାରନ୍ତି। ପୁଣ୍ୟ କର୍ମଶୀଳ ହେବେ। ସମ୍ପତ୍ତିବାନ୍‌ ଓ ଉଚ୍ଚାସନଯୁକ୍ତ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ବିଛା : ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ଧନବାନ୍‌ ହୋଇପାରନ୍ତି। ସାଧୁ-ସଦାଚାର ରତ ହେବେ। ଶୀଳ ଧନ ପ୍ରାପ୍ତ ହେବେ। ପରୋପକାରରେ ବ୍ୟୟ ବୃଦ୍ଧି ଘଟିପାରେ।

ଧନୁ : ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସେବା କ୍ଷେତ୍ରରେ ବିଦ୍ୟମାନ୍‌ ହୋଇ କର୍ମତତ୍ପର ହେବେ। ପୌରୁଷର ପରାକାଷ୍ଠା ପ୍ରତିପାଦନ କରିବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ।

ମକର : ପରୋପକାରୀ ହେବେ। କର୍ମପ୍ରଧାନ ଓ ନିର୍ଭୟ ହୋଇପାରନ୍ତି। ଦୟା ଭାବ ନ ରହିପାରେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ।

କୁମ୍ଭ : ଦେବ ଭକ୍ତିସମ୍ପନ୍ନ ହୋଇପାରନ୍ତି। କୃଷି କ୍ଷେତ୍ରରୁ ଲାଭ ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। କର୍ମକ୍ଷେତ୍ରକୁ ଉଳମୟ କରିବେ।

ମୀନ : ଅତିସାର ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ସତର୍କ ନ ରହିଲେ ଅସ୍ତ୍ର, ଶସ୍ତ୍ରାଦିର ଆଘାତ ଲାଗିପାରେ। ରାତ୍ରବେଳା ବ୍ୟବସାୟରୁ ଲାଭ ଆସିପାରେ। ପାରିବାରିକ ଜୀବନ ସୁଖପ୍ରଦ ହେବ।

Comments are closed.