ମଙ୍ଗଳବାର ରାଶିଫଳ (୨୯/୦୯/୨୦୨୦)

ମେଷ: ଆଜି ଦିନଟି ଆପଣଙ୍କ ପକ୍ଷେ ଅତି ଶୁଭଦାୟକ ହେବ। ମୂଲ୍ୟବାନ୍‍ ଦ୍ରବ୍ୟ କ୍ରୟ କରି ପାରନ୍ତି। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ସୁଗୁଣ, ଧନ ଓ ସତ୍ୟବାଦୀ ହେବେ। ପୁତ୍ର ସୁଖ ଲାଭ କରିବେ। ସର୍ବାଙ୍ଗୀନ ଉନ୍ନତି ହେବ।

ବୃଷ: ଘର-ବାଡ଼ି ସମସ୍ୟା ନେଇ କନ୍ଦଳ ଉପୁଜିପାରେ। ଆର୍ଥିକ ସ୍ଥିତିର ଅଭିବୃଦ୍ଧି ଘଟିବ। ସୁଖ-ସମୃଦ୍ଧିର ମୂଳଦୁଆ ପଡ଼ିବ। ସରକାରୀ ଧନ ମିଳିବ। ଅପାର ଗୁଣର ଅଧିକାରୀ ହେବେ। ଗୃହ ପରିବେଶ ସନ୍ତୋଷଜନକ ହେବ।

ମିଥୁନ: ଶତ୍ରୁକୁ ମୁହଁତୋଡ଼ ଜବାବ ଦେଇପାରନ୍ତି। ଉନ୍ନତିକର କାର୍ଯ୍ୟ କରିବାରେ ଅଗ୍ରଗାମୀ ହେବେ। ପରଧନରେ ଧନୀ ହୋଇପାରନ୍ତି। ସତ୍‍ପୁତ୍ର ଲାଭ କରିପାରନ୍ତି। ଘାତଚନ୍ଦ୍ର ଯୋଗୁଁ ସତର୍କ ରହିବେ।

କର୍କଟ: ବଳଶାଳୀ ହୋଇପାରନ୍ତି। ଧାର୍ମିକ ହେବେ। କର୍ମଚଞ୍ଚଳ ରହିବେ। ଶିଳ୍ପୋଦ୍ୟୋଗୀ ହୋଇପାରନ୍ତି। ଦିନସାରା ସହାସ୍ୟ ମୁଖ ହୋଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ପ୍ରିୟଭାଷୀ ହେବେ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ।

ସିଂହ: ବନ୍ଧୁ ମିଳନ ଘଟିବ। କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଅର୍ଥ ସଞ୍ଚୟ କରିପାରନ୍ତି। ଚେଷ୍ଟା ଫଳବତୀ ହେବ। କର୍ମକ୍ଷେତ୍ରରେ ପତ୍ନୀଙ୍କ ସହାୟତା ମିଳିବ। ବ୍ୟବସାୟ ଭଲରେ ଚାଲିବ। ସେବା ମନୋଭାବର ହେବେ। ଦୟାଳୁ ହୋଇପାରନ୍ତି।

କନ୍ୟା: ନକ୍ଷତ୍ର ଅନୁସାରେ କାହାର ଉତ୍ତମା ପତ୍ନୀ ତ କାହାର ସୁପୁତ୍ର ଲାଭ ହୋଇପାରେ। ନୃତ୍ୟ ଓ ସଂଙ୍ଗୀତପ୍ରିୟ ହେବେ। ସତ୍‍କର୍ମରେ ନିୟୋଜିତ ହେବେ। ଧର୍ମମାର୍ଗରେ ମନୋନିବେଶ କରିବେ। ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍‍ କରିପାରେ।

ତୁଳା: କର୍ମତତ୍ପରତା ପ୍ରକାଶ ପାଇବ। ସର୍ବତ୍ର ଶୁଭ ଆଶା କରାଯାଏ। ବିଭିନ୍ନ ସ୍ତରରୁ ଧନାଗମ ହେବାର ସୂଚନା ମିଳୁଛି। ମେଧାବୀ, ଶାନ୍ତ ଓ ଜିତେନ୍ଦ୍ରିୟ ହୋଇପାରନ୍ତି। ବିଦ୍ୱାନ୍‍ ଓ ଦୟାଳୁ ସ୍ୱଭାବର ହେବେ। ଭାଗ୍ୟଶାଳୀ ହେବେ।

ବିଛା: ନିର୍ଭୟରେ କାର୍ଯ୍ୟ କରି ଚାଲିବେ। ଧର୍ମ-କର୍ମ ସଂପାଦନ କରି ଆତ୍ମସନ୍ତୋଷ ଲାଭ କରିବେ। ବ୍ୟୟାଧିକ ହୋଇପାରେ। ହର୍ଷଯୁକ୍ତ ବିଶୁଦ୍ଧଭାଷୀ, ଧନଶାଳୀ ହେବେ। ରାଜପୂଜିତ, ଯାନବାହନଯୁକ୍ତ ପରାକ୍ରମଶାଳୀ ଓ ବହୁପୋଷକ ହେବେ।

ଧନୁ: କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି। ଚିନ୍ତାଧାରା ଉନ୍ନତମାନର ହେବ। ଧର୍ମ-ଧାରଣାରେ ରହିପାରନ୍ତି। ନୈତିକତା ବୃଦ୍ଧି ହେବ। ସର୍ବାଙ୍ଗୀନ ଉନ୍ନତି ଆଶା କରାଯାଏ। ସର୍ବତ୍ର ବିଜୟୀ ହେବେ।

ମକର: ଅନୁଗୃହୀତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ନୀତିନିଷ୍ଠ ହେବେ। ଯେକୌଣସି ସୂତ୍ରରୁ ଧନାଗମର ସୂଚନା ମିଳୁଛି। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ଭାଗ୍ୟର ପରିବର୍ତ୍ତନ ଘଟିବ।

କୁମ୍ଭ: ବିଚାର-ବିମର୍ଶ କାର୍ଯ୍ୟ ପ୍ରସାଦ ହୀନ ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଭଲ ଆୟ ହେବ। ଉତ୍ତମ ଭୋଜନ ମିଳିବ। ଧନବାନ୍‍ ହେବେ। ସୁଗୁଣ ସମ୍ପନ୍ନ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ସ୍ୱାସ୍ଥ୍ୟ ଅତୁଟ ରହିବ।

ମୀନ: ଲାଗି ରହିଥିବା ବିବାଦର ସୁସମାଧାନ କରିବାରେ ସଫଳ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଦାନଶୀଳ ହେବେ। ଭୋଗୀ ହୋଇପାରନ୍ତି। ଗୁଣବାନ୍‍ ହେବେ। ଧନୀ ଓ ମାନୀ ହୋଇପାରନ୍ତି। ବିତ୍ତବାନ୍‍ ହେବା ଆଶା କରାଯାଏ।

Comments are closed.