ସୋମବାର ରାଶିଫଳ (୨୮/୦୨/୨୦୨୨)

ମେଷ : ପରୋପକାରୀ, ଧର୍ମଧ୍ବଜାଧାରୀ ହୋଇପାରନ୍ତି। କର୍ମକ୍ଷେତ୍ରରୁ ଧନ ଅର୍ଜନ ହେବ। ବିଦ୍ୟାବାନ୍‌, ଗୁଣୀ ଓ ଚତୁର ହେବେ। ଶତ୍ରୁ ପରାଜିତ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ଜୀବେଦୟା ସ୍ବଭାବ ହେବ।

ବୃଷ : ପ୍ରଭାବଶାଳୀ ହେବେ। ସତ୍ୟ ସନାତନ ଧର୍ମୀ ହେବେ। ଯଶସ୍ବୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବ। ସୁତ ସୌଖ୍ୟଯୁକ୍ତ ହେବେ। ରାଜପୂଜା ମିଳିବ। ଗୁଣଜ୍ଞ ହେବେ। ବିତ୍ତଶାଳୀ ଓ ଜିତେନ୍ଦ୍ରିୟ ହେବେ।

ମିଥୁନ : ଅସୁସ୍ଥତା ଥାଇ ବି ଜ୍ଞାନ ପ୍ରଦାନ କରି ପ୍ରଶଂସାର ପାତ୍ର ହେବେ। ସମାଲୋଚକ ହୋଇପାରନ୍ତି। ଶତ୍ରୁଙ୍କ ପ୍ରଣମ୍ୟ ହେବେ। ଧନ-ଧାନ୍ୟ ପ୍ରାପ୍ତିର ହେବ। ସବୁ କିଛି ଶୁଭ ଥାଇ ବି ସତର୍କରେ ଚଳିବାକୁ ପଡ଼ିବ।

କର୍କଟ : ସାଧୁଙ୍କ ପ୍ରତି ଅନୁରକ୍ତି ରହିବ। ମାୟା-ମୋହଠାରୁ ଦୂରେଇ ରହିବେ। ବେଦ ବିଦ୍ୟାର ଅନୁଗାମୀ ହେବେ। ଦେବ-ଗୁରୁ, ଗୁରୁଜନଙ୍କ ଆଶୀର୍ବାଦର ପାତ୍ର ହେବେ। ପୁଣ୍ୟବାନ୍‌ ହେବେ। ଶତ୍ରୁ ବିଜୟୀ ହେବେ।

ସିଂହ : ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟର ଅଧିକାରୀ ହୋଇପାରନ୍ତି। ଭୂମି ଲାଭ ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଜିତେନ୍ଦ୍ରିୟ ହେବେ। ପତ୍ନୀଙ୍କ ଅଭୀଷ୍ଟ ପୂରଣ କରିବାରେ ସକ୍ଷମ ହେବେ। ଶାସ୍ତ୍ରାଧ୍ୟାୟୀ ହେବେ।

କନ୍ୟା : ସ୍ଥିର ସ୍ବଭାବର ହେବେ। ବିଭିନ୍ନ କଳା ବିଦ୍ୟାରେ ନିପୁଣ ହେବେ। ଜିତେନ୍ଦ୍ରିୟ ହେବେ। ଜ୍ୟୋତିର୍ବିଦ୍ୟାରେ ପାରଙ୍ଗମ ହେବେ। ମତିମାନ୍‌ ହୋଇପାରନ୍ତି। ଧର୍ମପ୍ରବର ହେବେ। ସାଧୁଙ୍କ ଅନୁରକ୍ତ ହେବେ।

ତୁଳା : ପ୍ରଭୂତ ସୁଖର ଅଧିକାରୀ ହେବେ। ପାପ ପ୍ରତି ବିମୁଖ ହେବେ। ବିଦ୍ୟାର୍ଜନରେ ତତ୍ପର ହେବେ। ମନରେ ଧର୍ମୀୟ ଭାବନା ରହିବ। ଜ୍ଞାନାଧିକ ଓ ରମଣୀପ୍ରିୟ ହେବେ। ଚତୁର ସ୍ବଭାବର ହେବେ।

ବିଛା : ବହୁ ପୌରୁଷର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି ବଳରେ ବଳୀୟାନ ହେବେ। ପୁଣ୍ୟ କଥାରେ ଅନୁରକ୍ତି ରହିବ। ବାକ୍ୟ ବିଶାରଦ ହେବେ। ଭଲ କାର୍ଯ୍ୟ କରିବେ। ବିତ୍ତଯୁକ୍ତ ହେବେ।

ଧନୁ : ବିଦ୍ୟାଧିକର ଅଧିକାରୀ ହେବେ। ଜନ ପ୍ରୀତିଯୁକ୍ତ ହୋଇପାରନ୍ତି। ନାନାଦି କାର୍ଯ୍ୟରେ ନିଃସଙ୍କୋଚ ବ୍ୟୟ କରିବେ। ବହୁ ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ ହେବ। ଶାସ୍ତ୍ର ପ୍ରତି ରୁଚି ରହିବ। ମେଧାବୀ ହେବେ।

ମକର : ଶତ୍ରୁକୁ ନିରସ୍ତ୍ର କରିବାରେ ସକ୍ଷମ ହେବେ। ପ୍ରଭୂତ କୋଷର ଅଧିକାରୀ ହେବେ। ସତ୍‌ପଥଗାମୀ ହେବେ। ପ୍ରଭାବଶାଳୀ ହୋଇପାରନ୍ତି। ସାଧୁଜନଙ୍କ ପ୍ରିୟ ହେବେ। ମିଷ୍ଟାନ୍ନ ଭୋଜନ କରିବେ। ସୁସ୍ଥ ରହିବେ।

କୁମ୍ଭ : ଦେବ-ଦ୍ବିଜାନୁରକ୍ତ ହୋଇପାରନ୍ତି। ସତ୍ୟ ପ୍ରତିଜ୍ଞ ସମ୍ପନ୍ନ ହେବେ। ଦୃଢ଼ମନା ଓ ନୀତିନିଷ୍ଠ ହେବେ। ଚେତନାର ଉଳ ପ୍ରଦୀପ ହେବେ। କର୍ମକ୍ଷେତ୍ରରେ ବ୍ୟୟାଧିକ ହେବ। ସତ୍ୟ ଅର୍ଜନରେ ତତ୍ପର ହେବେ।

ମୀନ : ନିର୍ଭୀକ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ପ୍ରଜ୍ଞାଧିକାର କାରକ ହେବେ। ଭାଷାରେ, କାର୍ଯ୍ୟକଳାପରେ ମହାନୁଭବର ପରିଚୟ ସୃଷ୍ଟି କରିବେ। ହିରଣ୍ୟପୁଣ୍ୟ ଓ ପ୍ରସନ୍ନବାକ୍ୟଯୁକ୍ତ ହେବେ। ନୀତିଯୁକ୍ତ ହେବେ।

Comments are closed.