ମଙ୍ଗଳବାର ରାଶିଫଳ (୨୭/୦୯/୨୦୨୨)

ମେଷ : ବନ୍ଧୁ ଓ ସରକାରୀ ସହାୟତା ପାଇ ଲାଭବାନ ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟ ଶୁଭଦାୟକ ହେବ ା ବିଦ୍ୟାବାନ, ଯଶସ୍ବୀ ଓ ବିଳାସୀ ହେବେ। ନିର୍ଭୟରେ କାର୍ଯ୍ୟ ସଂପାଦନ କରିବେ। ପ୍ରତିଷ୍ଠା ଅର୍ଜନ କରିବେ।

ବୃଷ : ବହୁ ବିଦ୍ୟା ପାରଙ୍ଗମ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ମନୋଭାବର ହୋଇପାରନ୍ତି।

ମିଥୁନ : ଇଷ୍ଟପ୍ରାପ୍ତିର ସୁଯୋଗ ହାସଲ କରିପାରନ୍ତି। ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟାଙ୍କନ ହେବ। ପ୍ରତ୍ୟେକ କାର୍ଯ୍ୟ ନିଷ୍ଠାର ସହ ପରିଚାଳିତ ହେଉଥିବାବେଳେ କେତେକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ଘଟିବ।

କର୍କଟ : ମନ ପ୍ରସନ୍ନ ରହିବ। ଉନ୍ନତିକର କାର୍ଯ୍ୟରେ ନିଜକୁ ନିୟୋଜିତ କରି କୃତକାର୍ଯ୍ୟ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସତ୍‌ସଙ୍ଗରୁ ଶାନ୍ତି ପାଇବେ। ସରକାରୀ ସ୍ତରରୁ ଲାଭବାନ ହେବେ।

ସିଂହ : ଧର୍ମ-କର୍ମ ସଂପାଦନ କରିପାରନ୍ତି। ଆର୍ଥିକ ଅଭିବୃଦ୍ଧିର ସୂଚନା ମିଳୁଛି। ଚିନ୍ତାମୁକ୍ତ ହେବେ। ପରୋପକାର ଓ ନିଜ ପରାକ୍ରମରୁ ଧନପ୍ରାପ୍ତ ହୋଇପାରନ୍ତି। ତ୍ୟାଗପୂତ ମନୋବୃତ୍ତିର ହେବେ।

କନ୍ୟା : ସଂଗୀତ ନିପୁଣ ହୋଇପାରନ୍ତି। ଯଥାର୍ଥବାଦୀ ହେବେ। କର୍ମପଟୁ ହେବେ। କାବ୍ୟ‌େ​‌ବତ୍ତା, ଭୋକ୍ତା ଓ ଦାତା ହୋଇପାରନ୍ତି। ପୁତ୍ର ଓ ଧନଯୁକ୍ତ ହେବେ। ଧୀର ସ୍ବଭାବ ଓ ସତ୍‌ ଚରିତ୍ରର ହେବେ। ସୁଖୀ ହେବେ।

ତୁଳା : କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ନିରବ ସାଧକ ହେବେ। ମଧୁର ଭାଷାରେ ମନର ଆବେଗକୁ ବ୍ୟକ୍ତ କରିପାରନ୍ତି। ବ୍ୟୟଭାର ଅଧିକ ହେବ।

ବିଛା : ମହାକ୍ରମୋ, ମହାକର୍ମା ଓ ମହାତେଜା ହୋଇପାରନ୍ତି। ଜ୍ଞାନପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ।

ଧନୁ : ଆୟ ଆଶାନୁରୂପ ହେବ। ଶୁଭକାର୍ଯ୍ୟ ସଂପାଦିତ ହେବ। ଜ୍ଞାନର ପ୍ରଦୀପ ଜଳାଇ ଅଜ୍ଞାନ ଅନ୍ଧକାରକୁ ଆଲୋକିତ କରିପାରନ୍ତି। ବାଣିଜ୍ୟ କାରବାର ଲାଭପ୍ରଦ ହେବ। ପାରିବାରିକ ସ୍ନେହଶ୍ରଦ୍ଧା ରହିବ।

ମକର : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ବିବାଦୀୟ ଘଟଣା​​‌ରେ‌ ବିଜୟୀ ହେବେ। ଭକ୍ତିରୂପକ ଅମୂଲ୍ୟ ରତ୍ନକୁ ପାଥେୟ କରିପାରନ୍ତି।

କୁମ୍ଭ : ବିଲୁପ୍ତ ଭାଷା ସାହିତ୍ୟକୁ ଉଦ୍ଧାର କରି ଚଳନ୍ତା ବିଶ୍ବକୋଷ ଭାବେ ନିଜକୁ ପ୍ରତିପାଦିତ କରିପାରନ୍ତି। ଶ୍ରମ ଓ ନିଷ୍ଠାର ମହତ୍ତ୍ବ ଉପଲବ୍ଧ ହେବ। ପାପ, ତାପ, ପରିହାରକ ହୋଇପାରନ୍ତି। ଯାନବାହନରେ ସତର୍କତା ଆବଶ୍ୟକ।

ମୀନ : ପୁଣ୍ୟପ୍ରଭା ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ସେବା କ୍ଷେତ୍ରରେ ସମର୍ପିତ ଜୀବନଯାପନ କରିବେ। ସତ୍‌ସଙ୍ଗରୁ ଶାନ୍ତି ପାଇବେ। ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଈପ୍‌ସିତ ପଦାର୍ଥ ମିଳିପାରେ।

Comments are closed.