ସୋମବାର ରାଶିଫଳ (୨୭/୦୬/୨୦୨୨)

ମେଷ :  ବିବିଧ ଉପାୟରେ ଧନ ଅର୍ଜନ କରି ସଞ୍ଚୟାଭି ମୁଖୀ ହେବେ। ବହୁ ଧାର୍ମିକ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ବହୁ ବିଦ୍ୟା ପାରଙ୍ଗମ ହୋଇପାରନ୍ତି। ସଦାସର୍ବଦା ପ୍ରୀତିପୂର୍ଣ୍ଣ ରହିବେ।

ବୃଷ : ରାଜେଶ୍ବର ପଦପଦବୀ ପ୍ରାପ୍ତିର ସୁଯୋଗ ଅଛି। ସୁଦୃଶ୍ୟ ଶରୀରଯୁକ୍ତ ହୋଇପାରନ୍ତି। ଧୃତି ସତ୍ୟଯୁକ୍ତ ହେବେ। ମହାନ୍‌ ପ୍ରଭାବଶାଳୀ ହୋଇପାରନ୍ତି। ହସ, ଖୁସିରେ ଦିନଟି ବିତିବ।

ମିଥୁନ : ସାଧନାରୁ ସୁଫଳ ମିଳିବ। ନିଜ ମିତ୍ର, ଶତ୍ରୁତା ଆଚରଣ କରିପାରନ୍ତି। ଆଖିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ମଧୁର ଭାଷାରେ ପରକୁ ଆପଣାଇ କରିପାରନ୍ତି। ବ୍ୟୟ ବୃଦ୍ଧି ହୋଇପାରେ।

କର୍କଟ : ଲୋକପୂଜ୍ୟ ହୋଇପାରନ୍ତି। ଶତ୍ରୁତାର ଅବସାନ ଘଟାଇ ଆଶ୍ବସ୍ତ ହେବେ। ବ୍ରହ୍ମବେତ୍ତା ହୋଇପାରନ୍ତି। ଜ୍ଞାନଗରିମାଯୁକ୍ତ ହେବେ। ସରକାରଙ୍କ ତରଫରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତ ହେବେ।

ସିଂହ : ପ୍ରାଣୀମାନଙ୍କ ପାଇଁ ଦୟାର ସାଗର ହୋଇପାରନ୍ତି। ସଦା-ସର୍ବଦା କର୍ମତତ୍ପର ରହିବେ। ଆର୍ଥିକ ସ୍ଥିତି ଅନୁକୂଳ ରକହିବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ବନ୍ଧୁ ପ୍ରୀତି ଅକ୍ଷୁଣ୍ଣ ରହିବ।

କନ୍ୟା : ବିଶାଳ କୀର୍ତ୍ତିସ୍ତମ୍ଭ ସ୍ଥାପନ କରିପାରନ୍ତି। ଜନସାଧାରଣଙ୍କ ନୟନାଭିରାମ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। କ୍ଷମତାର ସୁବିନିଯୋଗ କରି ଲୋକପ୍ରିୟତା ଅର୍ଜନ କରିବେ।

ତୁଳା : ଆତ୍ମୀୟସ୍ବଜନଙ୍କଠାରୁ କ୍ଲେଶର ସମ୍ମୁଖୀନ ହୋଇପାରନ୍ତି। ଧର୍ମାସକ୍ତ ହେବେ। ମତିମାନ୍‌ ହୋଇପାରନ୍ତି। ପୁତ୍ରମିତ୍ର ହେତୁ ସୁଖ ଭୋଗ କରିବେ। ସରକାରଙ୍କ କୋପଦୃଷ୍ଟି ଅଛି। ଧନଧାନ୍ୟ ହାନି ହୋଇପାରେ।

ବିଛା : ପୁଣ୍ୟବାନ୍‌ ହେବେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରି ଲାଭବାନ୍‌ ହେବା ସହିତ ପ୍ରଶଂସାର ପାତ୍ର ହେବେ। ଚେଷ୍ଟା ସୁଶୀଳ ଓ ସୁଗମ ହେବ। ବିନୟୀ ଭାବ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ଆଦରଣୀୟ ହେବେ।

ଧନୁ : ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ। ଦର୍ଶନୀୟ ହୋଇପାରନ୍ତି। ଭୋଗୀ ହେବେ। ତେଜୀୟାନ୍‌ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ବହୁ ମୂଲ୍ୟବାନ୍‌ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ଶତ୍ରୁତାର ଅବସାନ ଘଟିବ।

ମକର : ପ୍ରଥିତ ପ୍ରଭାବ ସମ୍ପନ୍ନ ହୋଇପାରନ୍ତି। ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ତେଜୀୟାନ୍‌ ହେବେ। ସୁସ୍ଥ ରହିବେ।

କୁମ୍ଭ : ପ୍ରଭୁତା ବିସ୍ତାର କରିପାରନ୍ତି। ମହାମନୁଷ୍ୟ ପଦବାଚ୍ୟ ହେବେ। କୁଳ ପ୍ରଧାନ ହେବା ଆଶା କରାଯାଏ। ମାତାପିତାଙ୍କର ସ୍ନେହାସ୍ପଦ ହେବେ। ସ୍ବକୀୟ ମୂଲ୍ୟବୋଧ ସିଦ୍ଧାନ୍ତକୁ ନେଇ ଅଗ୍ରଗାମୀ ହେବେ।

ମୀନ : ସକଳ ଗୁଣଯୁକ୍ତ ହେବେ। ସୁଖୀ ହେବେ। କାବ୍ୟଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ସାହସୀ ଓ କୁଶଳୀ ହେବେ। ବାଞ୍ଛିତ କାର୍ଯ୍ୟ କରିପାରନ୍ତି। ଶାସ୍ତ୍ରପଟୁ ହୋଇପାରନ୍ତି। ପୁଣ୍ୟ ଦେହୀ ଓ ରାଜବଂଶ ପୂଜିତ ହେବେ।

Comments are closed.