ସୋମବାର ରାଶିଫଳ (୨୭/୦୪/୨୦୨୦) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By Amulya On Apr 27, 2020 Share ମେଷ: ସୁଖ ସମ୍ମାନ ଲାଭ କରିପାରନ୍ତି। ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରି ସାମାଜିକ ପ୍ରତିଷ୍ଠା ଲାଭ କରିବେ। ନୀତିନିଷ୍ଠ ହେବେ। ଧନାଗମର ସୂଚନା ମିଳୁଛି। ଆକସ୍ମିକ ସମସ୍ୟା ଦେଖା ଦେଇପାରେ। କୀର୍ତ୍ତିମାନ୍ ଓ ସହିଷ୍ଣୁ ହେବେ। ବୃଷ: ରୋଜଗାର ଆଶାନୁରୂପ ହେବ। ବନ୍ଧୁ ବା ସରକାରୀ ସୂତ୍ରରୁ ଲାଭ ମିଳିବ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ନୂଆବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ମିଥୁନ: ଜନସାଧାରଣଙ୍କ କଲ୍ୟାଣଭାଜନ ହୋଇପାରନ୍ତି। ସମାଜ କଲ୍ୟାଣ ପାଇଁ ଅଧିକ ବ୍ୟୟ କରି ପ୍ରଶଂସାର ପାତ୍ର ହେବେ। ଅଯଥା ବିବାଦରେ ଭାଗ ନ ନେଇ ନୀରବ ଦର୍ଶକ ହେବା ଆପଣଙ୍କ ପାଇଁ ଭଲ ହେବ। ମଧୁର କଥାରେ ଜନପ୍ରିୟ ହେବେ। କର୍କଟ: ସୁସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍କର୍ମା ହେବେ। ଜ୍ୟୋତିର୍ବିଦ୍ୟା ପ୍ରତି ଆଗ୍ରହୀ ହେବେ। ସୁଖୀ ହେବେ। ସିଂହ: ଶୁଭ ଖବର ପାଇ ଆଶ୍ୱସ୍ତ ହେବେ। କର୍ମକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ପରିଶ୍ରମର ମୂଲ୍ୟ ପାଇ ଖୁସି ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। କନ୍ୟା: ପରୋପକାରରେ ଆତ୍ମତୃପ୍ତି ଲାଭ କରିବେ। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାର ଫଳ ଆପଣଙ୍କ ସପକ୍ଷରେ ଯିବ। ବିବାଦୀୟ ଘଟଣାରେ ବିଜୟ ହାସଲ କରିବେ। Related Posts ପ୍ଲାଷ୍ଟିକ୍ମୁକ୍ତ ବାଣୀବିହାର ଅଭିଯାନ Mar 1, 2021 କରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ Mar 1, 2021 ତୁଳା: ଶୁଭକାର୍ଯ୍ୟ ବର୍ଜନୀୟ। ଧନକ୍ଷୟ ହେବାର ସୂଚନା ମିଳୁଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବେ। ଆର୍ଥିକ ସ୍ଥିିତିରେ ନ୍ୟୂନତା ଆସିବ। ସ୍ୱାଭିମାନୀ ହେବେ। ଭାଗ ବ୍ୟବସାୟରୁ ସାମାନ୍ୟ ଲାଭ ମିଳିବ। ବିଛା: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ। ଧନୁ: ଆଶାବାଦୀ ହୋଇପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ସନ୍ତୁଷ୍ଟ ହେବେ। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରିବେ। ମକର: ଯାତ୍ରା ଶୁଭଦାୟକ ହେବ। ପରିଶ୍ରମର ମୂଲ୍ୟ ମିଳିବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। କୃଷିକ୍ଷେତ୍ରରୁ ଲାଭ ଓ ଯାନବାହନ ସୁଖ ମିଳିବ। କୁମ୍ଭ: ସୁ ଚିନ୍ତିତ କାର୍ଯ୍ୟ ଶୁଭଫଳଦାୟକ ହେବ। ଚିନ୍ତାଦୂର ହୋଇପାରେ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନର ସୁଯୋଗ ଅଛି। ଅଶାନ୍ତିର ମାତ୍ରା କମିବ। ସରକାରୀ ସ୍ତରରୁ ଲାଭବାନ୍ ହେବେ। ମୀନ: ନିଜକୁ କଳହମୁକ୍ତ ରଖିପାରନ୍ତି। ପଢ଼ା-ପଢ଼ିରେ ମନୋନିବେଶ କରିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ଦିନଟି ମଧ୍ୟମ ଧରଣର। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। Share FacebookTwitterWhatsApp