ଶନିବାର ରାଶିଫଳ (୨୬/୦୬/୨୦୨୧)

ମେଷ : ପରୋପକାରୀ ହୋଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତାପ୍ରାପ୍ତ ହୋଇପାରନ୍ତି ଓ ତା’ର ସଦ୍‌ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ। ବିବାଦରେ ବିଜୟୀ ହେବେ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ।

ବୃଷ : ସୁଖ ମିଳିବା କଷ୍ଟସାଧ୍ୟ ହେବ। ସୁବକ୍ତା ଓ ବିଳାସପ୍ରିୟ ହେବେ। ଗଣିତଜ୍ଞ ହେବେ। ମିତବ୍ୟୟୀ ହୋଇ ପାରନ୍ତି। ଆସ୍ତିକ ହେବେ। ଜିତେନ୍ଦ୍ରୀୟ ହୋଇପାରନ୍ତି। ସରକାରୀ ଅର୍ଥ ପାଇ ଧନଶାଳୀ ହୋଇପାରନ୍ତି। ସତର୍କତାର ସହ ଚଳିବାକୁ ପଡ଼ିବ।

ମିଥୁନ : ସୁଖକର ଘଟଣା ଘଟିବ। ସନ୍ତୁଷ୍ଟି ହେବେ। କର୍ମକ୍ଷେତ୍ରକୁ ଊଳମୟ କରିପାରନ୍ତି। ମନ ପ୍ରସନ୍ନ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।

କର୍କଟ : ମନୋବଳ ଦୃଢ଼ ରହିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାରୀ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।

ସିଂହ : ଅଧ୍ୟୟନରତ ହେବେ। ସଙ୍ଗୀତପ୍ରିୟ ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶ୍ବସୀ ହେବେ। ସରକାରୀ ଅର୍ଥ ପାଇ ଧନଶାଳୀ ହୋଇପାରନ୍ତି। ସଦାସର୍ବଦା ଆତୁରିତ ହୋଇପାରନ୍ତି। ଚଞ୍ଚଳ ମନା ହୋଇପାରନ୍ତି। କୀର୍ତ୍ତିଶାଳୀ ଓ ଅତିସୁଖୀ ହେବେ।

କନ୍ୟା : ପରିଶ୍ରମର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ବିଜ୍ଞ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ ବ୍ରତଦାନରେ ଦୀକ୍ଷିତ ହୋଇପାରନ୍ତି। କର୍ମକ୍ଷେତ୍ର ଉତ୍ସାହଜନକ ହେବ। କ୍ଷମାସାଗର ହେବେ।

ତୁଳା : ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ଅଶାନ୍ତି ଦୂର ହେବ। କର୍ମକ୍ଷେତ୍ରକୁ ଊଳମୟ କରିପାରନ୍ତି। ମନ ପ୍ରସନ୍ନ ରହିବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ପାରଙ୍ଗମ ହେବେ। ଦେବ ଦର୍ଶନ ମିଳିବ।

ବିଛା : ତ୍ୟାଗପୂତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ନୀତିନିଷ୍ଠ ହେବେ। ବିବିଧ ଧନଯୁକ୍ତ ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ଚଞ୍ଚଳ ମନା ହୋଇପାରନ୍ତି। କୀର୍ତ୍ତିଶାଳୀ ଓ ଅତିସୁଖୀ ହେବେ। ସହିଷ୍ଣୁ ବ୍ୟକ୍ତିଭାବେ ସାମାଜିକ ଆଦର ପାଇବେ।

ଧନୁ : କର୍ମକ୍ଷେତ୍ର ଅଧିକ ଉତ୍ସାହଜନକ ହେବ। ଆୟବୃଦ୍ଧିର ସୂଚନା ମିଳୁଛି। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

ମକର : ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ସୁଭାଷୀ ହେବେ। ଦର୍ଶନୀୟ, ଭୋଗୀ ଓ ତେଜୀୟାନ ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ଶାସ୍ତ୍ରଜ୍ଞ ଓ ଜ୍ଞାନୀ ହୋଇପାରନ୍ତି।

କୁମ୍ଭ : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତିମାନ ଓ ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ।

ମୀନ : ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି। ପ୍ରତିଯୋଗିତାରେ ବିଜୟୀ ହେବେ। ଉତ୍ତମ ଗୁଣଯୁକ୍ତ ହେବେ।

Comments are closed.